କନକ ବ୍ୟୁରୋ: ଧାନ ବିକ୍ରି ପ୍ରସଙ୍ଗରେ କେନ୍ଦ୍ର ସରକାର ଓ ବିଜେପିକୁ ଘେରିଛି ବିଜେଡି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଧାନ କିଣା ବିକା ନେଇ ବିଜେପି ଉପରେ ବର୍ଷିଛି ବିଜେଡି । ଦଳ କହିଛି, ଚାଷୀଙ୍କ ହିତ ପାଇଁ ରାଜ୍ୟ ସରକାର କାମ କରୁଛନ୍ତି । କିନ୍ତୁ ଟୋକନ ପ୍ରସଙ୍ଗରେ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରୁଛି ବିଜେପି ଓ କୁମ୍ଭୀର କାନ୍ଦଣା କାନ୍ଦୁଛି । ଖାଲି ସେତିକି ନୁହେଁ କେନ୍ଦ୍ର ସରକାରଙ୍କ ଉପରେ ବି ବର୍ଷିଛି ଦଳ ।
ବିଜେଡି କହିଛି, ଏଯାଏଁ ୬୫୭୦ କୋଟି ଟଙ୍କା କେନ୍ଦ୍ର ଦେଇନି । ବକେୟା ପଇସା ତୁରନ୍ତ ପୈଠ କରିବାକୁ ଦଳ ଦାବି କରିଛି । ପ୍ରୋକରମେଣ୍ଟ ସରିବାବେଳକୁ ରାଜ୍ୟ, କେନ୍ଦ୍ରଠୁ ସମଗ୍ର ପଇସା ପାଇବା କଥା । କିନ୍ତୁ ଏହା ଏ ଯାଏଁ ହୋଇପାରିଲା ନାହିଁ । ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ଅବହେଳା ପ୍ରତିବାଦରେ ଆସନ୍ତା ୨୦ ତାରିଖରେ ସମସ୍ତ ଏଫସିଆଇ ଗୋଦାମ ସମ୍ମୁଖରେ ଧାରଣା ଦେବାକୁ ଘୋଷଣା କରିଛି ବିଜେଡି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/07/21-7.jpg)