ବଦଳୁଛି ରାଜନୀତି ବଦଳୁଛି ସଂପର୍କ । ବିଜେଡି-ବିଜେପି ମଧ୍ୟରେ ଚାଲିଛି ଜୋରଦାର ଲଢେଇ, ବଦଳୁଥିବା ସମ୍ପର୍କକୁ ନେଇ ରାଜନୀତି କରିଡରରେ ଜୋରଦାର ଚର୍ଚ୍ଚା ।

151

କନକ ବ୍ୟୁରୋ : ବଦଳୁଛି ରାଜନୀତି ବଦଳୁଛି ସଂପର୍କ । ବିଜେଡି-ବିଜେପି ମଧ୍ୟରେ ଗତ କିଛି ଦିନ ହେଲା ଚାଲିଛି ଜୋରଦାର ଲଢେଇ । ଗୋଟିଏ ପଟେ ରାସ୍ତାକୁ ଓହ୍ଲାଇ ରଣହୁଂକାର ଦେଇଛି ବିଜେପି, ଅନ୍ୟପଟେ  ବିଜେପିକୁ ଟାର୍ଗେଟ କରି ଆକ୍ରମଣ କରୁଛି ବିଜେଡି । ଉଭୟ ଦଳର ଏହି ନୂଆ ରୂପ ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି ।

ବିଜେଡି ବନାମ ବିଜେପି  । ବହୁଦିନ ପରେ ଜୋରଦାର ଲଢେଇ ।  ସରକାରଙ୍କୁ ବିରୋଧ କରିବା ବିରୋଧୀ ଦଳର କାମ ଏବଂ ନିଜ ସଫଳତା ଦର୍ଶାଇ ବିରୋଧୀଙ୍କ ଆକ୍ରମଣ କରିବା ଶାସକ ଦଳର କାମ । କିନ୍ତୁ ଏବେ ପରିସ୍ଥିତି ଗତ କିଛି ବର୍ଷ ଭଳି ସେତେ ସ୍ୱାଭାବିକ ନାହିଁ । ଏବେ ଆର୍ ପାରର ଲଢେଇ ହେଲା ଭଳି ମନେ ହେଉଛି । ପ୍ରଶ୍ନ ଉଠୁଛି ଏବେ କଣ ପରିବର୍ତନ ହୋଇଛି । ଏବଂ କାହିଁକି ଲଢେଇ ଜୋର ହୋଇଛି ।

ବିଜେପି ନେତା ଖାରବେଳ ସ୍ୱାଇଁ ଆଜି କହିଛନ୍ତି ଅନେକ ଲୋକଙ୍କ ଭିତରେ ସନ୍ଦେହ ରହୁଥିଲା ଯେ ବିଜେଡି-ବିଜେପି ମଧ୍ୟରେ ପରସ୍ପର ପ୍ରତି ବିରୋଧାଭାଷ ନାହିଁ । ଏବଂ ବିଜେପିରେ ଅନେକ ନେତା ଓ କର୍ମୀ ଚାହଁନ୍ତି ବିଜେଡି ସହ ବିଜେପି ଜୋରଦାର ଲଢେଇ କରୁ ।  ସେପଟେ ଏହା ଭିତରେ ବିଜେଡି ମଧ୍ୟ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରୁଛି । ରାଜ୍ୟ କାର୍ଯ୍ୟକାରିଣୀରେ ବିଜେପିକୁ ଟାର୍ଗେଟ୍ କରି ମୁଖ୍ୟମନ୍ତ୍ରୀ କହିଥିଲେ , ରାଷ୍ଟ୍ରୀୟ ଦଳ ଗୁଡିକ ହିନ୍ଦୀ ଭାଷାକୁ ରାଜ୍ୟ ଉପରେ ଲଦିବାକୁ ଚାହୁଁଛନ୍ତି ଏବଂ କେନ୍ଦ୍ର ନେତୃତ୍ୱକୁ ଖୁସି କରିବା ପାଇଁ ରାଜ୍ୟ ନେତାମାନେ କାମ କରୁଛନ୍ତି ।

ପରୀ ମାମଲାରେ ବିଜେପି ରାଜ୍ୟ ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇଛି । ବିଜେଡି ବି ଆକ୍ରମଣାତ୍ମକ ମୁଦ୍ରାରେ ଥିବା ଭଳି ଦେଖାଯାଉଛି । ଆଉ ଏହା ଦର୍ଶାଉଛି ଯେ,  ଓଡିଶାର ରାଜନୈତିକ ପାଣିପାଗରେ ପରିବର୍ତନ ଆସିଛି ।