ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ବିଜେଡି-ବିଜେପି ମୁହାଁମୁହିଁ । ପୃଥ୍ୱୀରାଜ ହରିଚନ୍ଦନ କହିଲେ, ଯୋଗ୍ୟ ହିତାଧିକାରୀଙ୍କୁ ଦିଆଯାଉ ଘର । ବିଜେଡି କହିଲା, ପୃଥ୍ୱୀରାଜଙ୍କ ପାଖରେ ନାହିଁ ସଠିକ୍ ତଥ୍ୟ

121

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ବିଜେଡି-ବିଜେପି ମୁହାଁମୁହିଁ । କେନ୍ଦ୍ର ସରକାରଙ୍କ ଅର୍ଥରେ ଗରିବଙ୍କୁ ବାସଗୃହ ଯୋଗାଇ ଦିଆଯାଉଛି । ବିଜେପିର ରାଜ୍ୟବ୍ୟାପୀ ଆନ୍ଦୋଳନ ପରେ ରାଜ୍ୟ ସରକାର ବିଜୁ ପକ୍କାର ଘର ଯୋଜନାର ଲୋଗୋ ବଦଳାଇଛନ୍ତି । ଏବେ ହିତାଧିକାରୀଙ୍କ ଘରେ ପ୍ରଧାନମନ୍ତ୍ରୀ ଆବସ ଯୋଜନା ଓ ବିଜୁ ପକ୍କା ଘର ସଂପୂର୍ଣ୍ଣ ଭାବେ ଲେଖାଯାଇଥିବା ଓ ପ୍ରାଂଜଳ ଭାବେ ଛପାଯାଇଥିବା ଷ୍ଟିକର ଲାଗିବ ।

୨୦୧୪ ଓ ୧୫ର ଲାଗୁଥିବା ଲୋଗ ଆଉ ବ୍ୟବହାର ହେବନି । ଏହାକୁ ନେଇ ବିଜେଡି ବିଜେପି ମୁହାଁମୁଂହିଁ ହୋଇଛନ୍ତି । ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆଯାଉ । ଭାବିିଚିନ୍ତି ନିଷ୍ପତି ନିଅନ୍ତୁ ସରକାର । ସରକାର ଷ୍ଟିକର ଲଗାଇବା ପାଇଁ ୧୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏବେ ପୁଣି ନୁଆ ଲୋଗୋ ଳଗାଯିବ । ଯେଉଁ ୧୦ କୋଟି କ୍ଷତି ହେବ ତାକୁ କିଏ ଭରଣା କରିବ ବୋଲି ପ୍ରଶ୍ନ କରିଛନ୍ତି ।

ସେପଟେ ବିଜେଡି କହିଲା, ପୃଥ୍ୱରାଜଙ୍କ ପାଖରେ ସଠିକ୍ ତଥ୍ୟ ନାହିଁ । ଅଧା କେନ୍ଦ୍ର ଓ ଅଧା ରାଜ୍ୟ ଖର୍ଚ୍ଚ ଦେଉଛି । ୨୦ ଲକ୍ଷ ଘର କରି କେନ୍ଦ୍ରଠାରୁ ପୁରସ୍କାର ନେଇଛୁ । ପୃଥ୍ୱୀରାଜ ହରିଚନ୍ଦନ ହାସ୍ୟାସ୍ପଦ କଥା କହୁଛନ୍ତି ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ।