କନକ ବ୍ୟୁରୋ: ଆସନ୍ତା ୧୮ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି । ହେଲେ ଏଯାଏଁ କିଛି ଆସନ ଏମିତି ରହିଛି, ଯେଉଁ ଆସନରେ ବିଜେଡି ଓ ବିଜେପି ପ୍ରାର୍ଥୀ ଘୋଷଣା କରିନାହାନ୍ତି । ପ୍ରଥମ ନିର୍ବାଚନ ପାଇଁ ଏବେ ତିନି ଆସନକୁ ନେଇ ଦ୍ୱନ୍ଦ୍ୱ ରହିଛି । ଉଭୟ ବିଜେଡି ଓ ବିଜେପି ଜୟପୁର, ଲକ୍ଷ୍ମୀପୁର ଓ ଚିତ୍ରକୋଣ୍ଡା ପାଇଁ ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହାନ୍ତି ।
ବିଜେପି ପ୍ରଥମ ପର୍ଯ୍ୟାୟରେ ୧୧୨ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି । ହେଲେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ମୋହନା, ବିଷମକଟକ, ରାୟଗଡ଼ା, ଲକ୍ଷ୍ମୀପୁୀ, ଜୟପୁର, ଝରିଗାଁ, ଡାବୁଗାଁ, କୋଟପାଡ ଓ ଚିତ୍ରକୋଣ୍ଡା ବିଧାନସଭା ପାଇଁ ଦଳ ଏଯାଏଁ ପ୍ରାର୍ଥୀ ଦେଇନାହିଁ । ସେହିପରି ବିଜେଡି ମଧ୍ୟ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା କୋରାପୁଟର ଜୟପୁର, ଲକ୍ଷ୍ମୀପୁର, କଳାହାଣ୍ଡିର ନର୍ଲା, ନବରଂଗପୁରର ଚିତ୍ରକୋଣ୍ଡା ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ । ବିଜ୍ଞପ୍ତି ପ୍ରକାଶ ତାରିଖ ପାଖେଇ ଆସୁଥିବାରୁ ବିଜେପି ଓ ବିଜେଡି ଖୁବ୍ ଶୀଘ୍ର ପ୍ରାର୍ଥୀ ଘୋଷଣା କରିବା ସମ୍ଭାବନା ରହିଛି ।
ଆଜି ବିଜେପି ୨୦ରୁ ୨୨ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିବ ବୋଲି ରାଜ୍ୟ ନିର୍ବାଚନ ପ୍ରଭାରୀ ସଙ୍କେତ ଦେଇଛନ୍ତି । ତେଣୁ ଆଜି ଯଦି ପ୍ରାର୍ଥୀ ଘୋଷଣା ହୁଏ, ତେବେ ଏହି ଆସନ ଉପରେ ସମସ୍ତଙ୍କ ନଜର ରହିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/04/444.jpg)