ଫୋକସରେ ମହିଳା ଭୋଟ । ବିଜେପି କରିବ ମହିଳା ସମାବେଶ, ବିଜେଡି ଓ କଂଗ୍ରେସର ଯୁକ୍ତି, ଆମ ଦଳ ସହ ଅଛନ୍ତି ମହିଳା ।

86

କନକ ବ୍ୟୁରୋ : ଫୋକସରେ ମହିଳା ଭୋଟ୍ । ଆସନ୍ତା ୧୦ ତାରିଖରେ ଭୁବନେଶ୍ୱରରେ ଏକ ବିଶାଳ ମହିଳା ସମାବେଶର ଆୟୋଜନ କରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ର ନରେନ୍ଦ୍ର ମୋଦୀ ଯୋଗ ଦେବାର ସମ୍ଭାବନା ରହିଛି ।

ବିଜେପିର ଏହି ସମାବେଶ ଉପରେ ପ୍ରତିକ୍ରିୟା ରଖିଛି ବିଜୁ ଜନତା ଦଳ । ବିଜେଡି ବିଧାୟକ ସୁଧୀର ସାମଲ କହିଛନ୍ତି- ମହିଳା ସମାବେଶ କରନ୍ତୁ ବା ଯୁବ ସମାବେଶ କରନ୍ତୁ । ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ । ମହିଳାମାନେ ସବୁବେଳେ ବିଜେଡି ସାଥୀରେ ଅଛନ୍ତି । ଯେଉଁମାନେ ମହିଳା ସମାବେଶ କରୁଛନ୍ତି, ମହିଳାଙ୍କ ପ୍ରତି ସେମାନଙ୍କ ଅବଦାନ କ’ଣ ବୋଲି ପ୍ରଶ୍ନ କରିଛନ୍ତି ।

ଅନ୍ୟପଟେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ମହିଳା ପ୍ରସଙ୍ଗରେ ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ୍ କରିଛନ୍ତି । ଉଭୟ ଦଳ ଗୋଟିଏ ଟଙ୍କାର ଦୁଇଟି ପାଶ୍ୱର୍ କହି ସମାଲୋଚନା କରିଛନ୍ତି । ମା’ ଓ ଭଉଣୀମାନେ କଂଗ୍ରେସକୁ ସମର୍ଥନ କରିବେ ବୋଲି ନିଷ୍ପତି ନେଇ ସାରିଛନ୍ତି ବୋଲି ତାରା ପ୍ରସାଦ ବାହିନୀପତି କହିଛନ୍ତି ।