କନକ ବ୍ୟୁରୋ: ମଧ୍ୟପ୍ରଦେଶ ଓ ଛତିଶଗଡରେ କଂଗ୍ରେସ ସରକାର ଆସି କୃଷିଋଣ ଛାଡ କରିବାକୁ ଛାଡ କରିବାକୁ ଘୋଷଣା କରିବା ପରେ ବିଜେପି ମଧ୍ୟ ଏହି ରଣନୀତିକୁ ଆପଣେଇଛି । ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଆଜି କୃଷିଋଣ ଛାଡ ନେଇ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ୨୦୧୯ରେ ଓଡିଶାରେ ବିଜେପି କ୍ଷମତାକୁ ଆସିଲେ କୃଷିଋଣ ଛାଡ ହେବ । କୃଷକଙ୍କୁ ସୁଧମୁକ୍ତ ଋଣ ଦେବା ଲାଗି ବନ୍ଦୋବସ୍ତ କରାଯିବ । ଏନେଇ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏଭଳି ଘୋଷଣା କରିଥିଲେ । ସରକାରଙ୍କ କୃଷକ ମାରଣ ନୀତି ଯୋଗୁଁ ଶୋଷଣର ଶିକାର ହେଉଛନ୍ତି ଚାଷୀ । ତେଣୁ କୃଷି ସମସ୍ୟା ନେଇ ଆସନ୍ତା ୮ ତାରିଖରେ ବିଜେପି ରାଜ୍ୟ ସଚିବାଳୟ ଘେରାଉ କରିବ ।
Kanak News is now on WhatsApp
Join and get latest news updates delivered to you via WhatsApp
ବିଜେପି କୃଷକ ମୋର୍ଚ୍ଚା ସଭାପତି ଶିବାଜୀ ମହାନ୍ତି କହିଛନ୍ତି କି, ରାଜ୍ୟ ସରକାର ୪୩୮୧ ମଣ୍ଡି ପାଇଁ ଘୋଷଣା କରିଥିଲେ, କିନ୍ତୁ ଏଯାଏଁ ୧୦୦ଟି ବି ଖୋଲା ଯାଇପାରିନି । ଯାହା ବି ଖୋଲିଛି ସୁରକ୍ଷିତ କରି ରଖିବାର ବ୍ୟବସ୍ଥା ନାହିଁ । ମିଲରଙ୍କ ସହ ମଧୂଚନ୍ଦ୍ରିକା କରିଛନ୍ତି ସରକାର । ଚାଷୀଙ୍କୁ ଦଲାଲଙ୍କୁ ଧାନ ବିକିବାକୁ ବାଧ୍ୟ କରାଯାଉଛି । ବୋନସ ଘୋଷଣା କରି ମଧ୍ୟ ଦେଉନାହାନ୍ତି । ନିର୍ବାଚନୀ ଖର୍ଚ୍ଚ ଆଦାୟ ପାଇଁ ଏସବୁ ଷଡଯନ୍ତ୍ର କରୁଛନ୍ତି ରାଜ୍ୟ ସରକାର । ତେଣୁ ଏହାର ପ୍ରତିବାଦରେ ସମସ୍ତ ମଣ୍ଡି ଆଗରେ ବିକ୍ଷୋଭ ସହ ମୁଖ୍ୟମନ୍ତ୍ରୀ ଏବଂ ଯୋଗାଣ ମନ୍ତ୍ରୀଙ୍କ କୁଶପୁତଳିକା ଦାହ କରିବାକୁ କଡା ଚେତାବନୀ ଦେଇଛନ୍ତି ବିଜେପି କୃଷକ ମୋର୍ଚ୍ଚା ସଭାପତି ଶିବାଜୀ ମହାନ୍ତି ।
ସେପଟେ, କୃଷି ସମସ୍ୟା ନେଇ ବିଜେପିର ରାଜ୍ୟ ସଚିବାଳୟ ଘେରାଉ କରିବା ପ୍ରସଙ୍ଗରେ ବିଜେପିକୁ କଡା ସମାଲୋଚନା କରିଛି ବିଜେଡି । ବିଜେଡି ମୁଖପାତ୍ର ପ୍ରତାବ ଦେବ କହିଛନ୍ତି କି, ବିଜେପିର ଏହା ବିନାଶ କାଳେ ବିପରୀତ ବୁଦ୍ଧି । ମଣ୍ଡିରେ ଯଦି କିଛି ତ୍ରୁଟି ତେବେ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିନ୍ତୁ । ଆମେ ଏଥିପାଇଁ ନିଶ୍ଚୟ ପଦକ୍ଷେପ ନେବୁ । ଏଥିପାଇଁ ଆମେ ୮ତାରିଖରେ ଦିଲ୍ଲୀ ଯାଉଥିବାରୁ ସେମାନେ ମଧ୍ୟ ସଚିବାଳୟ ଘେରାଉ କରିବାକୁ ଯୋଜନା କରୁଛନ୍ତି । ରାଜନୈତିକ ଅଭିସ୍ୱନ୍ଧି ରଖି ଏଭଳି କରୁଛି ବିଜେପି । ଏହାର ଏକ ସଦ୍ୟ ଉଦାହରଣ ହେଉଛି , ଆମ ମୁଖ୍ୟମନ୍ତ୍ରୀ ସୁରତ ଯିବାଦିନ ହିଁ ତାଙ୍କର ମୁଖ୍ୟମନ୍ତ୍ରୀ ଓଡିଶା ଆସିଥିଲେ । ଯାହାକି ଅତ୍ୟନ୍ତ ଅପ୍ରାସଙ୍ଗିକ । ଚାଷୀଙ୍କ ପ୍ରତି ବିଜେପିର ଆଦୌ ଦରଦ ନାହିଁ ବୋଲି ପ୍ରତାପ ଦେବ କହିଛନ୍ତି ।
ଅନ୍ୟପଟେ, ରାଜ୍ୟସରକାରଙ୍କ ନିଷ୍ପତିକୁ ଅପେକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ । ମହାରଥୀ କହିଛନ୍ତି, ଉଭୟ କୃଷି ଏବଂ କୃଷକଙ୍କ ପାଇଁ ସରକାର ସବୁ କାମ କରୁଛନ୍ତି । ଦେଶର କୌଣସି ରଜ୍ୟରେ ଏପରି କରାଯାଇନାହିଁ । ଅପେକ୍ଷା କର ଓ ଦେଶ ଆଉ କଣ କଣ ହେଉଛି । କିଛି ଦିନ ପୂର୍ବରୁ ବିଜୁୁ କୃଷକ ଜନତା ଦଳ ବି ଗଠନ କରାଯାଇଛି । ଯାହା ବି କରାଯାଉଛି କୃଷକଙ୍କ ପାଇଁ ହେଉଛି । ବିଜେପି କିମ୍ବା କଂଗ୍ରେସ ରାଜ୍ୟରେ ଆସିଲେ ଋଣଛାଡ କରିବା କହିବା ଗଛରେ ବେଲ ଓଠରେ ତେଲ ଭଳି କଥା । ଏମାନେ କେବଳ କଥାକୁହା କପିଳା ବୋଲି କଟାକ୍ଷ କରି କହିଛନ୍ତି ପ୍ରଦୀପ ମହାରଥୀ ।