ବିଜେଡି ବିଜେପି ମେଣ୍ଟକୁ ନେଇ କ’ଣ ରହିଛି ଲୋକଙ୍କ ମୁଡ୍? ତଥ୍ୟ ସଂଗ୍ରହ କରୁଛି ବିଜେପି । ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଆସିବା ପରେ ଚୂଡାନ୍ତ ଘୋଷଣା କରିପାରେ ଦଳ ।

242

କନକ ବ୍ୟୁରୋ: ବିଜେଡି-ବିଜେପି ମେଣ୍ଟ ହେଲେ ରାଜ୍ୟ ରାଜନୀତି ଉପରେ ଏହାର ପ୍ରଭାବ କେମିତି ପଡିବ, ତା ଉପରେ ତଥ୍ୟ ସଂଗ୍ରହ କରୁଛି ବିଜେପି । ଜାତୀୟ ସ୍ତରର ରାଜନୈତିକ ରଣନୀତିକାର ଟିମକୁ ଏଥିପାଇଁ ଦାୟିତ୍ୱ ଦେଇଛନ୍ତି ବିଜେପିର ଶୀର୍ଷ ନେତୃତ୍ୱ । ସାଧାରଣ ଲୋକଙ୍କ ମନୋଭାବ କେମିତି ରହୁଛି, ତା ଉପରେ ତଥ୍ୟ ସଂଗ୍ରହ କରି ସନ୍ଧ୍ୟା ସୁଦ୍ଧା ଦେବାକୁ କୁହାଯାଇଛି । ଆଉ ରିପୋର୍ଟ ଦେବା ପରେ ବିଜେପି ଚୂଡାନ୍ତ ଘୋଷଣା କରିବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।

ଅନ୍ୟପଟେ ବିଜେଡି ବିଜେପି ମେଣ୍ଟ ପାଇଁ ଦିଲ୍ଲୀରେ ବଡ ବୈଠକ ଚାଲିଛି । ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ବାସଭବନରେ ରାଜ୍ୟ ବିଜେପି ନେତାଙ୍କ ସହ ଚାଲିଛି ଆଲୋଚନା । ସୂଚନା ଅନୁସାରେ, ଦୁଇ ଦଳ ମଧ୍ୟରେ ହେବାକୁ ଯାଉଥିବା ମେଂଟର ରୂପରେଖ କଣ ରହିବ, ସେଥିପାଇଁ ବୈଠକରେ ଆଲୋଚନା ଚାଲିଛି ।

ବିଜେଡି ବିଜେପି ମେଣ୍ଟ ନେଇ ଧିରେ ଧିରେ ସ୍ପଷ୍ଟ ହେଉଛି ଚିତ୍ର । ମେଣ୍ଟକୁ ନେଇ ଦୁଇ ଦଳ ମଧ୍ୟରେ ଚାଲିଥିବା ଆଲୋଚନା ଅଗ୍ରଗତି କରିଥିବା ସୂଚନା ଦେଇଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ମେଣ୍ଟକୁ ନେଇ ବିଜେଡି ଉପ-ସଭାପତି ଦେବୀ ମିଶ୍ର କହିଛନ୍ତି, ସାମ୍ପ୍ରତିକ ସାଧାରଣ ନିର୍ବାଚନ ପରିପ୍ରେକ୍ଷିରେ ଆମ ଦଳ ଷ୍ଟ୍ରାଟେଜି ସହ ସବୁ ଦିଗକୁ ନେଇ ଆଲୋଚନା କରିଛି । ସବୁ ଆସପେକ୍ଟକୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି । ୨୦୩୬ ମସିହାର ଆଭିମୁଖ୍ୟକୁ ଆଖି ଆଗରେ ରଖି ବିଜେଡି ତାର ନିଷ୍ପତ୍ତିି ନେବ ।