ବିଜେପି ନେତାଙ୍କ ମନ୍ତବ୍ୟକୁ ନେଇ ବିଜେଡିର ନିନ୍ଦା : ସାଂସଦ ସୁଲତା ଦେଓଙ୍କ ଅଭିଯୋଗ, ‘ବର୍ଷାଙ୍କୁ ଦିଆଯାଉଛି ମାନସିକ ନିର୍ଯାତନା’

395

କନକ ବ୍ୟୁରୋ : ପଦ୍ମପୁର ପ୍ରଚାରର ଶେଷ ଦିନରେ ଗୋଟିଏ ପଟେ ଚାଲିଛି ଜୋରଦାର ପ୍ରଚାର । ପ୍ରଚାର ଭିତରେ ବଢ଼ି ଚାଲିଛି ବୟାନବାଜି । ପରସ୍ପର ପରସ୍ପରକୁ ଟାର୍ଗେଟ କରୁଛନ୍ତି । ଆଉ ଏହି ବୟାନବାଜିକୁ ନେଇ ବିଜେପି ନେତାଙ୍କ ଉପରେ ବର୍ଷିଛି ବିଜେଡି । ପ୍ରେସମିଟ୍ କରି ବିଜେଡି ସାଂସଦ, ସୁଲତା ଦେଓ କହିଛନ୍ତିି ପଦ୍ମପୁର ନିର୍ବାଚନ ନେଇ ମାହୋଲ ବେଶ ସରଗରମ । ହେଲେ ଲଗାତର ଭାବେ ନାରୀକୁ ଅପମାନ କରାଯାଉଛି ।

ଖାଲି ସେତିକି ନୁହେଁ ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଛି । ସମାଲୋଚନା ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ସୁସ୍ଥ ପରମ୍ପରା । ହେଲେ ପଦ୍ମପୁରର ଝିଅ ବର୍ଷା ସିଂ ବରିହାଙ୍କୁ ବିରୋଧୀ ଦଳ ପକ୍ଷରୁ ମାନସିକ ନିର୍ଯାତନା ଦିଆଯାଉଛି । ବିଜେପି ପକ୍ଷରୁ ଲଗାତର ଭାବେ ବର୍ଷାଙ୍କୁ ଅପମାନିତ କରାଯାଉଛି । ବିଭିନ୍ନ ମନ୍ତବ୍ୟ ଦେଇ ମାନସିକ ଆଘାତ ଦିଆଯାଉଛି । ବର୍ଷାଙ୍କୁ ଅପମାନିତ କରିବାକୁ ଯେମିତି ବିଜେପି ମଧ୍ୟରେ ଚାଲିଛି ପ୍ରତିନ୍ଦ୍ୱନ୍ଦିତା । ଜୁଏଲ ଓରାମ ଓ ଓ ଜୟନାରାୟଣ ମିଶ୍ରଙ୍କ ବୟାନ ନିନ୍ଦନୀୟ ।

ସେପଟେ, ଆରୋପ ପ୍ରତ୍ୟାରୋପ ଭିତରେ ପୁଣି ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । କହିଛନ୍ତି, ନବୀନ ପଟ୍ଟନାୟକଙ୍କ ସଭାକୁ ବାହାରୁ ଲୋକଙ୍କୁ ଅଣାଯାଇଥିଲା । ସ୍ଥାନୀୟ ଲୋକ ଭୋଟ ଦେବେ । ବାହାର ଲୋକ ଭୋଟ ଦେବେ ନାହିଁ । ତେଣୁ ପଦ୍ମପୁରରେ ବିଜେପି ପ୍ରାର୍ଥୀ ହିଁ ବିଜୟୀ ହେବେ ।