ପିପିଲି ଦଖଲ ପାଇଁ ବିଜେଡି ବ୍ରିଗେଡ ପ୍ରସ୍ତୁତ : ୪ବରିଷ୍ଠ ନେତାଙ୍କୁ ଉପନିର୍ବାଚନ ପରିଚାଳନା ଦାୟିତ୍ୱ ଦେଲେ ବିଜେଡି ସୁପ୍ରିମୋ

ପ୍ରତାପ ଦେବ, ଦେବୀ ମିଶ୍ର, ସଂଜୟ ଦାସବର୍ମା ଓ ମହେଶ୍ୱର ମହାନ୍ତିଙ୍କ କାନ୍ଧରେ ଦାୟିତ୍ୱ

226

କନକ ବ୍ୟୁରୋ : ପିପିଲି ପାଇଁ ବିଜେଡି ବ୍ରିଗେଡ ପ୍ରସ୍ତୁତ । ଉପନିର୍ବାଚନ ପାଇଁ ରଣନୀତି ସ୍ଥିର କରିବାକୁ ୪ଜଣ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଲେ ବିଜେଡି ସୁପ୍ରିମୋ । ପିପିଲି ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ ସହ ଦଳର ଉପସଭାପତି ଦେବୀ ମିଶ୍ର, ସାଧାରଣ ସମ୍ପାଦକ ସଂଜୟ ଦାସବର୍ମା ଓ ପୁରୀ ଜିଲ୍ଲା ବିଜେଡି ସଭାପତି ମହେଶ୍ୱର ମହାନ୍ତିଙ୍କୁ ଦାୟିତ୍ୱ ଦିଆଯାଇଛି ।

ଏହି ୪ବରିଷ୍ଠ ନେତା ପିପିଲିରେ ରହି ଦଳର ନିର୍ବାଚନୀ ରଣନୀତି ପରିଚାଳନା କରିବେ । ଏନେଇ ସୂଚନା ଦେଇଛନ୍ତି ଦଳର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ । ଗତକାଲି ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଏବେ ଅସଲ ଲଢେଇ ହେବ । ଆଜିଠାରୁ ପ୍ରଚାରକୁ ଜୋରଦାର କରିବେ ଜୁନିୟର ମହାରଥୀ । ବାପାଙ୍କ ଗଡରେ ବିଜେଡି ଧ୍ୱଜା ଉଡାଇବାକୁ ମାର୍ଗଦର୍ଶନ କରିବେ ବିଜେଡିର ଏହି ଶୀର୍ଷ ୪ରଣନୀତିକାର ।