ପଞ୍ଚାୟତ ପୂର୍ବରୁ ବିଜେଡି ବ୍ରିଗେଡ ପ୍ରସ୍ତୁତ, ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ୬ ନେତାଙ୍କ ଭିତରେ ୩୦ ଜିଲ୍ଲାର ଦାୟିତ୍ୱ ବାଣ୍ଟିଲା ଦଳ ।

Advertisment
ପଞ୍ଚାୟତ ପୂର୍ବରୁ ବିଜେଡି ବ୍ରିଗେଡ ପ୍ରସ୍ତୁତ, ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ୬ ନେତାଙ୍କ ଭିତରେ ୩୦ ଜିଲ୍ଲାର ଦାୟିତ୍ୱ ବାଣ୍ଟିଲା ଦଳ ।

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପୂର୍ବରୁ ସାଙ୍ଗଠନିକ ସ୍ତରରେ ବଡ ଧରଣର ପରିବର୍ତ୍ତନ କରିଛି ବିଜେଡି । ୩୦ ଜିଲ୍ଲା ପାଇଁ ଦଳ ନୂଆ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କରିଛି । ଯେଉଁଥିରେ ଯୁବ ନେତାଙ୍କୁ ଜିଲ୍ଲାୱାରୀ ଦାୟିତ୍ୱ ଦିଆଯାଇଛି । କିନ୍ତୁ ସଙ୍ଗଠନକୁ ଆହୁରି ସୁଦୃଢ କରିବାକୁ ୬ ବରିଷ୍ଠ ଓ ଅଭିଜ୍ଞ ନେତାଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ଗୁରୁଦାୟିତ୍ୱ ଦେଇଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ।

ଏହି ୬ ନେତାଙ୍କ ଭିତରେ ୩୦ ଜିଲ୍ଲାର ଦାୟିତ୍ୱ ବାଣ୍ଟିଛି ଦଳ । ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ସର୍ବାଧିକ ୭ଟି ଜିଲ୍ଲା, ବିକ୍ରମ ଆରୁଖଙ୍କୁ ୫ଟି, ଦେବୀ ପ୍ରସାଦ ମିଶ୍ରଙ୍କୁ ୬ଟି, ନିରଞ୍ଜନ ପୂଜାରୀଙ୍କୁ ୪ଟି, ପ୍ରସନ୍ନ ଆଚାର୍ଯ୍ୟଙ୍କୁ ୬ଟି, ମହେଶ୍ୱର ମହାନ୍ତିଙ୍କୁ ୨ଟି ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe