ଆସିଲା ବିଜେଡି ଜିଲ୍ଲା ସଭାପତିଙ୍କ ତାଲିକା । ୧୯ ଜିଲ୍ଲାରେ ନୂଆ ସଭାପତି, ୧୪ ଜିଲ୍ଲାରେ ପୁରୁଣା ମୁହଁ । ୩ ମନ୍ତ୍ରୀଙ୍କୁ ଜିଲ୍ଲା ସଭାପତି ଦାୟିତ୍ୱ

ଭୁବନେଶ୍ୱର ପାଇଁ ଅନନ୍ତ ଜେନା,କଟକରେ ଦେବାଶିଷ ସାମନ୍ତରାୟ, ପୁରୀରେ ମହେଶ୍ୱର ମହାନ୍ତି ଓ ଗଂଜାମରେ ରମେଶ ଚାଉ ପଟ୍ଟନାୟକଙ୍କୁ ଦାୟିତ୍ୱ

579

କନକ ବ୍ୟୁରୋ: ସବୁ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିଛି ବିଜେଡି । ଏମାନଙ୍କ ମଧ୍ୟରେ ୧୯ ନୂଆ ଜିଲ୍ଲା ସଭାପତି ଥିବାବେଳେ ୧୪ ପୁରୁଣା ମୁହଁ ଅଛନ୍ତି । ୩ ମନ୍ତ୍ରୀଙ୍କୁ ଜିଲ୍ଲା ସଭାପତି ଦାୟିତ୍ୱ ଦିଆଯାଇଛି । ସେମାନେ ହେଲେ ବଲାଙ୍ଗୀରରୁ ଟୁକୁନି ସାହୁ, ଢେଙ୍କାନାଳରୁ ପ୍ରଫୁଲ ମଲ୍ଲିକ ଓ ମୟୁରଭଂଜ ସଦରର ସୁଦାମ ମାରାଣ୍ଡି । ବିଧାୟକ ଅନନ୍ତ ଜେନା ଭୁବନେଶ୍ୱରରେ ନୂଆ ସଭାପତି ଭୁବନେଶ୍ୱର ବିଜେଡି ଜିଲ୍ଲା ସଭାପତି ହୋଇଛନ୍ତି ।

ରବୀନ୍ଦ୍ର କୁମାର ଜେନା ବାଲେଶ୍ୱର, କଟକ ଜିଲ୍ଲା ପାଇଁ ଦେବାଶିଷ ସାମନ୍ତରାୟ ଜିଲ୍ଲା ସଭାପତି ଭାବେ ନିଯୁକ୍ତି ପାଇଛନ୍ତି । ଏହି ଦୁଇଜଣ ଗତବର୍ଷ ବିଧାନସଭା ନିର୍ବାଚନରେ ପରାଜୟବରଣ କରିଥିଲେ । ଗଞ୍ଜାମ ପାଇଁ ବ୍ରହ୍ମପୁରର ପୂୃର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ , କଳାହାଣ୍ଡି ପାଇଁ ପୁଷ୍ପେନ୍ଦ୍ର ସିଂଦେଓ , ବଲାଙ୍ଗୀରରୁ ଟୁକୁନି ସାହୁ , ବରଗଡରୁ ବିଜୟ ରଞ୍ଜନ ସିଂ ବରିହା ,କେନ୍ଦ୍ରାପଡାରୁ ଉତ୍କଳ କେଶରୀ ପରିଡା ଓ ଜଗତସିଂହପୁରରୁ ପ୍ରଶାନ୍ତ ମୁଦୁଲି ବିଜେଡି ଜିଲ୍ଲା ସଭାପତି ହେବେ । ଖୋର୍ଦ୍ଧା ଜିଲ୍ଲା ସଭାପତି ଭାବେ ବିଭୂତି ଭୂଷଣ ବଳବନ୍ତରାୟଙ୍କୁ ନିଯୁକ୍ତି ଦିଆଯାଇଛି ।