କନକ ବ୍ୟୁରୋ: ଆଉ ୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ସେହିପରି ଚମ୍ପୁଆ ଆସନ ପାଇଁ ବିଜେଡି ଏଥର ସନାତନ ମହାକୁଡଙ୍କୁ ପ୍ରାର୍ଥୀ କରିଛି । ପୂର୍ବରୁ ଏହି ଆସନରେ ବିଜେଡି ୨୬ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ ବି ଦଳ ଏଥର ପ୍ରାର୍ଥୀ ପରିବର୍ତ୍ତନ କରିଛି । ଆଉ ପୂର୍ବତନ ବିଧାୟକ ସନାତନ ମହାକୁଡଙ୍କୁ ଭରସା କରିଛି । ତେବେ ଦେଖିବା ବାକି ରହିଲା ସନାତନ ମହାକୁଡ ବିଜେଡିର ଭରସା ଜିତିପାରୁଛନ୍ତି କି ନାହିଁ ।
ଚମ୍ପୁଆରୁ ସନାତନ ମହାକୁଡ ଓ କୁଶ ଆପାଟ ଟିକେଟ ପାଇଁ ଦିବାଦାର ରହିଥିଲେ । କୁଶ ଆପାଟଙ୍କୁ ଜିଲ୍ଲା ସଭାପତି ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ସନାତନଙ୍କୁ ପ୍ରାର୍ଥୀ କରିଛି ବିଜେଡି । କୁଶ ଆପାଟ ମଧ୍ୟ ୨୦୦୯ ଓ ୨୦୧୪ରେ ସ୍ୱାଧୀନ ଭାବେ ଲଢିଥିଲେ । ହେଲେ ଏଥର ସେ ବିଜେଡିରେ ସାମିଲ ହୋଇ ଟିକେଟ ପାଇଁ ଆଶାୟୀ ରହିଥିଲେ ।
ଏହି ଆସନରୁ ସନାତନ ମହାକୁଡ ୨୦୦୯ ମସିହାରେ କଂଗ୍ରେସ ଟିକେଟରେ ନିର୍ବାଚନ ଲଢିଥିଲେ । ସେ ମାତ୍ର ୧୪୫ ଭୋଟରେ ସ୍ୱାଧୀନ ପ୍ରାର୍ଥୀ ଜିତୁ ପଟ୍ଟନାୟକଙ୍କଠାରୁ ପରାସ୍ତ ହୋଇଥିଲେ । ଏହାପରେ ୨୦୧୪ ମସିହାରେ ସ୍ୱାଧୀନ ଭାବେ ନିର୍ବାଚନ ଲଢି ବିଜୟୀ ହୋଇ ବିଧାୟକ ହୋଇଥିଲେ । ତେବେ ୨୦୧୯ରେ ସେ ନିର୍ବଚନ ଲଢିନଥିବା ବେଳେ ୨୦୨୪ରେ ସେ ବିଜେଡିରୁ ପୁଣି ମୈଦାନକୁ ଓହ୍ଲାଇବାକୁ ଯାଉଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/04/39-6.jpg)