ବରିଷ୍ଠ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କଲା ବିଜେଡି, ୬ ନେତାଙ୍କୁ ଜିଲ୍ଲା ଦାୟିତ୍ୱ ।

3,807

କନକ ବ୍ୟୁରୋ: ବିଜେଡିର ନୂଆ ବରିଷ୍ଠ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କରିଛି । ୬ ନେତାଙ୍କୁ ବିଭିନ୍ନ ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି । ନିରଞ୍ଜନ ପୂଜାରୀ ୪ ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି । ତାଙ୍କୁ ନୂଆପଡା, କଳାହାଣ୍ଡି,ବଲାଙ୍ଗୀର, ବରଗଡର ଦାୟିତ୍ୱ ଦିଆଯାଇଛି । ପ୍ରସନ୍ନ ଆଚାର୍ଯ୍ୟଙ୍କୁ ୬ ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ସେ କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱରର ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି ।

ସେହିଭଳି ପ୍ରମିଳା ମଲ୍ଲିକଙ୍କୁ ୫ଜିଲ୍ଲା ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ମାଲକାନଗିରି, କୋରାପୁଟ, ନବରଙ୍ଗପୁର,ରାୟଗଡ, ଗଜପତି ଜିଲ୍ଲାର ଦାୟିତ୍ୱ ମିଳିଛି । ଦେବୀ ମିଶ୍ର ମଧ୍ୟ ୬ ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି । ଗଞ୍ଜାମ, ନୟାଗଡ, କନ୍ଧମାଳ, ଖୋର୍ଦ୍ଧା, ପୁରୀ, ବୌଦ୍ଧ ଜିଲ୍ଲାର ଦାୟିତ୍ୱ ସମ୍ଭାଳିବୋ ପ୍ରତାପ ଜେନାଙ୍କୁ ୭ ଜିଲ୍ଲା ବରିଷ୍ଠ ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିଛି । ସେ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ସୋନପୁର, ଦେବଗଡ, ଅନୁଗୁଳ ଓ ଢେଙ୍କାନାଳର ବରିଷ୍ଠ ପର୍ଯ୍ୟବେକ୍ଷକ ହୋଇଛନ୍ତି । ଅନ୍ୟପଟେ ୨ ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ହେଲେ ମହେଶ୍ୱର ମହାନ୍ତି । ତାଙ୍କୁ ମୟୂରଭଞ୍ଜ ଓ କେନ୍ଦୁଝରର ଦାୟିତ୍ୱ ମିଳିଛି ।