ପାଟକୁରା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ସ୍ୱର୍ଗତ ବେଦପ୍ରକାଶଙ୍କ ସ୍ତ୍ରୀ ସାବିତ୍ରୀ ଅଗ୍ରୱାଲଙ୍କୁ ଟିକେଟ୍ ଦେଲା ଦଳ ।

1,478

କନକ ବ୍ୟୁରୋ : ପାଟକୁରା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ । ଦିବଙ୍ଗତ ନେତା ତଥା ପୂର୍ବତନ ବିଧାୟକ ସ୍ୱର୍ଗତ ବେଦ ପ୍ରକାଶ ଅଗ୍ରୱାଲଙ୍କ ସ୍ତ୍ରୀ ସାବିତ୍ରୀ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରିଛି ବିଜେଡି । ମେ’ ୧୯ ତାରିଖରେ ପାଟକୁରାରେ ହେବ ନିର୍ବାଚନ । ତେବେ ନିର୍ବାଚନର ତାରିଖ ଘୋଷଣା ହେବା ପରେ ସରଗରମ ହୋଇଥିଲା ପାଟକୁରା ରାଜନୀତି ।

ଦିବଙ୍ଗତ ନେତା ବେଦ ପ୍ରକାଶ ଅଗ୍ରୱାଲଙ୍କ ପୁଅ ସଞ୍ଜୟ ଅଗ୍ରୱାଲଙ୍କୁ ବିଜୁ ଜନତା ଦଳ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଥିଲା । ତେବେ ଆଜି ସମସ୍ତ ଚର୍ଚ୍ଚା ଓ ଆଲୋଚନାର ଅନ୍ତ ଘଟାଇ ସାବିତ୍ରୀ ଅଗ୍ରୱାଲଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେପଟେ ଏହି ଆସନରୁ ପୂର୍ବରୁ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ୁପ୍ରାର୍ଥୀ କରିଛି ବିଜେପି । ଆଉ ସେପଟେ କଂଗ୍ରେସ ଟିକେଟରୁ ମଇଦାନରେ ଅଛନ୍ତି ଜୟନ୍ତ ମହାନ୍ତି ।

Comments are closed.