ରାଜ୍ୟ ସରକାର ସତ୍ୟକୁ ଚପେଇବାକୁ ଉଦ୍ୟମ କରୁଛନ୍ତି । ବିଜେଡି ଏବଂ ରାଜ୍ୟ ସରକାର ଭୟଭୀତ : ମନମୋହନ ସାମଲ

215

କନକ ବ୍ୟୁରୋ: ସମ୍ବାଦରେ ଇଓଡବ୍ଲ୍ୟୁ ଚଢାଉକୁ ନେଇ ରାଜ୍ୟ ସରକାର ଆଉ ବିଜୁ ଜନତା ଦଳ ଉପରେ ବର୍ଷିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମନ । ସିଧା ସିଧା ସରକାରକୁ ଟାର୍ଗେଟ କରିବା ସହିତ, ରାଜ୍ୟ ସରକାର ଭୟଭୀତ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି । ସମ୍ବାଦ ଉପରେ ଇଓଡବ୍ଲ୍ୟୁର ଚଢାଉକୁ ନିନ୍ଦନୀୟ ବୋଲି କହିବା ସହିତ ଆକ୍ରୋଶମୂଳକ ଭାବରେ ଏପରି କରାଯାଉଛି ବୋଲି ସେ କହିଛନ୍ତି ।

ଅନ୍ୟପଟେ ଗଣତାନ୍ତ୍ରିକ ଦେଶରେ ସମସ୍ତଙ୍କର ମତ ଦେବାର ଅଧିକାର ଅଛି, ସ୍ୱାଧୀନ ଭାବେ ମତ ରଖିବାର ସ୍ୱାଧୀନତା ବି ଅଛି । ହେଲେ ରାଜ୍ୟ ସରକାର ସତ୍ୟକୁ ଚପେଇ ଦେବାକୁ ଉଦ୍ୟମ କରୁଛନ୍ତି । ତେଣୁ ଏ ସବୁ କିଛି ଅସନ୍ତୋଷର ବିସ୍ଫୋରଣ ହେବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

ସୂଚନାଯୋଗ୍ୟ ଯେ, ସମ୍ବାଦରେ ଇଓଡବ୍ଲୁ ଚଢାଉକୁ ନେଇ ବିରୋଧୀ ନିନ୍ଦା କରିଛନ୍ତି । ସରକାରଙ୍କ ଏଭଳି ପଦକ୍ଷେପକୁ ବିରୋଧୀ ନିନ୍ଦା କରି କହିଛନ୍ତି, ସରକାର ପ୍ରତିଶୋଧ ପରାୟଣ ହେଉଛନ୍ତି । ସଚିବଙ୍କୁ ପ୍ରଶ୍ନ କଲେ ସରକାରଙ୍କୁ ବାଧୁଛି ବୋଲି କହିଛନ୍ତି ବିରୋଧୀ । ବୋଧହୁଏ ସରକାର ଚାହୁଁଛନ୍ତି ଲୋକେ ଜବାବ ଦିଅନ୍ତୁ । ଶିକ୍ଷକ ଆନ୍ଦୋଳନରେ ସାମିଲ ହେଲେଣି ଅଭିଭାବକ । ଏବେ ସବୁ ଗଣମାଧ୍ୟମକୁ ଏକାଠି ହୋଇ ଲଢିବା ପାଇଁ ବିରୋଧୀ ଆହ୍ୱାନ ଦେଇଛନ୍ତି ।