ଧାନର ଏମଏସପି ବୃଦ୍ଧି ପ୍ରସଙ୍ଗ । ଶାସକ ବିଜେପିକୁ ଘେରିଲେ ବିରୋଧୀ ବିଜେଡି ଏବଂ କଂଗ୍ରେସ । ଜବାବ ରଖିଲେ ବିଜେପି ବିଧାୟକ...

Advertisment
ଧାନର ଏମଏସପି ବୃଦ୍ଧି ପ୍ରସଙ୍ଗ । ଶାସକ ବିଜେପିକୁ ଘେରିଲେ ବିରୋଧୀ ବିଜେଡି ଏବଂ କଂଗ୍ରେସ । ଜବାବ ରଖିଲେ ବିଜେପି ବିଧାୟକ...

କନକ ବ୍ୟୁରୋ: ଧାନର ଏମଏସପି ବୃଦ୍ଧି ପ୍ରସଙ୍ଗରେ ତେଜିଲା ରାଜନୀତି । ବିଜେପିକୁ ଘେରିଲେ ବିରୋଧୀ ବିଜେଡି ଏବଂ କଂଗ୍ରେସ । ବୁଧବାର କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । ଧାନ କ୍ୱିଣ୍ଟାଲ ପିଛା ଏମଏସପି ୧୧୭ ଟଙ୍କା ବୃଦ୍ଧି କରି ଏହାକୁ ୨୩୦୦ ଟଙ୍କା କରିଛନ୍ତି କେନ୍ଦ୍ର ସରକାର । ଆଉ ଏହାପରେ ଧାନର ଏମଏସପିକୁ ନେଇ ରାଜ୍ୟରେ ଆରମ୍ଭ ହେଇଛି ବୟାନବାଜି ।

ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଓଡିଶାରେ କହିଥିଲେ ଧାନର ଏମଏସପି ୩୧୦୦ ଟଙ୍କା କରିବେ । ଏବେ ତାହା ହେଲା କି? ଧାନର ଏମଏସପି ହଜାରେ ଟଙ୍କା ବଢିଗଲା କି? ଧାନର ଏମଏସପି ମାତ୍ର ୧୧୭ ଟଙ୍କା ବଢିଲା । ଚାଷୀମାନେ ଖୁସି ନାହାଁନ୍ତି, ଚାଷୀର ଖର୍ଚ୍ଚ ମଧ୍ୟ ଏଥିରେ ଉଠିପାରୁନି ବୋଲି ସେ କହିଛନ୍ତି ।

ସେହିପରି କଂଗ୍ରେସ ରାଇରଙ୍ଗପୁର ବିଧାୟକ ସି ଏସ ରାଜନ୍ ଏକ୍କା କହିଛନ୍ତି ଯେ, ସ୍ୱାମୀନାଥନ କମିଟିର ସୁପାରିଶ୍ କ୍ରମେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କାହିଁକି ବଢୁନି? ବିଜେପିି ଇସ୍ତାହାରରେ କହିଥିଲା, ପ୍ରଧାନମନ୍ତ୍ରୀ ମଧ୍ୟ ଆସି ଧାନର ଏମଏସପି ୩୧୦୦ ଟଙ୍କା କରିବାକୁ କହିଥିଲେ କିନ୍ତୁ ପାଳନ କଲେ ନାହିଁ । ସରକାର ଶ୍ରୀଘ୍ର ଦାୟିତ୍ୱ ନେଇ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ।

ସେପଟେ ବିରୋଧୀ ବିଜେଡି ଏବଂ କଂଗ୍ରେସର ଏହି ଟାର୍ଗେଟ ପରେ ପ୍ରତିକ୍ରିୟା ରଖିଛନ୍ତି ଝାରସୁଗୁଡା ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ । ସେ କହିଛନ୍ତି, ଯେଉଁମାନେ ଦୀର୍ଘ ଦିନ ଶାସନରେ ଥିଲେ, ସେମାନେ ଚାଷୀଙ୍କ ଦୁଃଖ ବୁଝିନାହାଁନ୍ତି । ମାତ୍ର ୧୫ ଦିନ ହେବ ଆମ ସରକାର ଆସିଛି । ରିମୋଟ୍ କଣ୍ଟ୍ରୋଲ ସରକାରର ଯୁଗ ଗଲା ବୋଲି କହିବା ସହ, ଏବେ ଲୋକ ଯାହା ଚାହିଁବେ ତାହା ହେବ ବୋଲି ସେ କହିଛନ୍ତି । ଏଥିସହିତ ଚାଷୀମାନେ ଅପେକ୍ଷା କରନ୍ତୁ, ମୁଖ୍ୟମନ୍ତ୍ରୀ କହିଛନ୍ତି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା କରିବେ, ତାହା ନିଶ୍ଚୟ ହେବ ବୋଲି ଟଙ୍କଧର ତ୍ରିପାଠୀ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe