କନକ ବ୍ୟୁରୋ : ସମ୍ବଲପୁର ହିଂସା ଘଟଣା ପରେ ବିଜେପିର କେନ୍ଦ୍ରୀୟ ଟିମ୍ ଏଠାକୁ ଗସ୍ତ କରିବାକୁ ନେଇ କଡା ପ୍ରତିକ୍ରିୟା ରଖିଛି ବିଜେଡି । ବିଜେଡି ବିଧାୟକ ଶଶୀଭୂଷଣ ବେହେରା କହିଛନ୍ତି, ଦଳୀୟ ଟିମ ବୁଲିବା ଦ୍ୱାରା ଶାନ୍ତି ବ୍ୟାଘାତ ହେବ । ଓଡିଶା ଏକ ଶାନ୍ତି ପ୍ରିୟ ରାଜ୍ୟ । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ସାମ୍ପ୍ରଦୟିକ ସଦଭାବନା ବହୁତ ଭଲଥିବା ବେଳେ ପୁଣି ଉସୁକାଇବା ବ୍ୟବସ୍ଥା କରିବା ଠିକ ନୁହେଁ । ଯେତେବେଳେ ସବୁ କିଛି ଶାନ୍ତ ହୋଇଛି ପୁଣି ଥରେ ତାକୁ ଉସକେଇ ବାକୁ ଚେଷ୍ଟା ନ କରାଯାଉ । ଦଳୀୟ ଭିତ୍ତିରେ ଯଦି ଟିମ ବୁଲିବେ ତାର ପ୍ରତିବାଦରେ ଅନ୍ୟ ମାନେ ବି ଯିବେ । ଆଇନ ଉପରେ ବିଶ୍ୱାସ ରଖିବା ଦରକାର । ବିଜେପି ଯେଉଁ ଅଭିଯୋଗ କରୁଛି ତାହା ନିରାଧାର । ସେ ଅଞ୍ଚଳର ସାମ୍ପ୍ରଦୟିକ ସଦଭାବନାକୁ ନଷ୍ଟ ନ କରାଯାଉ ।
ସେହିଭଳି କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ନଡ୍ଡା ଟିମ୍ ପଠାଇ ପ୍ରହସନ କରୁଛନ୍ତି । ତାଙ୍କରି ଲୋକ ଏମିତି କରିଛନ୍ତି । ସେଭଳି ଦଙ୍ଗା ସମ୍ବଲପୁରରେ ହୋଇନି । କାହାର ବିଶେଷ କ୍ଷତି ହୋଇନି । ଏ ରାଜ୍ୟ ଶାନ୍ତିପ୍ରିୟ ରାଜ୍ୟ । ଏଠାରେ ପ୍ରହସନ କରନି । ଲୋକେ ଶାନ୍ତିରେ ଅଛନ୍ତି, ଅଶାନ୍ତ କରିବାକୁ ଦିଏନି । ଯିଏ ଏମିତି କରୁଛି ତାହା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଅ, ସେ ଯେଉଁ ଦଳର ହୋଇଥାଆନ୍ତୁ ନା କାହିଁକି?
ହନୁମାନ ଜୟନ୍ତୀ ଅବସରରେ ସମ୍ବଲପୁରରେ ହୋଇଥିବା ହିଂସାକାଣ୍ଡର ସ୍ଥିତି ପରଖିବାକୁ ପହଁଚିଛନ୍ତି ରାଜ୍ୟସଭା ସାଂସଦ ବ୍ରିଜ ଲାଲଙ୍କ ନେତୃତ୍ୱରେ ବିଜେପିର ୪ ଜଣିଆ କେନ୍ଦ୍ରୀୟ ଟିମ୍ । ଆଜି ଏହି ଟିମ୍ ହିଂସାକାଣ୍ଡ ଘଟିଥିବା ଅଂଚଳ ବୁଲି ଦେଖିବ । ଏହାସହ କାହିଁକି ଏପରି କାଣ୍ଡ ଘଟିଲା, ସେ ନେଇ ଅନୁଧ୍ୟାନ କରିବା ସହ ମୃତକଙ୍କ ପରିବାରକୁ ଭେଟିବା କାର୍ଯ୍ୟକ୍ରମ ରହିଛି । ଏହାପରେ ସେମାନେ କେନ୍ଦ୍ରୀୟ ନେତାଙ୍କୁ ରିପୋର୍ଟ ଦେବେ ।
ଏସବୁ ଭିତରେ ଝାରମୁଣ୍ଡା ଯାଇ ମୃତକଙ୍କ ପରିବାରକୁ ଭେଟିବାକୁ ଯାଇଥିଲା ଟିମ୍ । କିନ୍ତୁ ତାଲା ପଡିଥିବାରୁ ଫେରିଆସିଥିବା ସୂଚନା ରହିଛି । ଏହି ଘଟଣାରେ ରାଜ୍ୟ ସରକାରଙ୍କୁ ଘଟଣା ପାଇଁ ଦୋଷ ଦେଇଛି କେନ୍ଦ୍ରୀୟ ଟିମ୍ । ବ୍ରିଜ ଲାଲ କହିଛନ୍ତି, ହିଂସାକାଣ୍ଡ ସଂପୂର୍ଣ୍ଣ ପ୍ରାୟୋଜିତ ଥିଲା । ରାଜ୍ୟ ସରକାର ତୁଷ୍ଟିକରଣ ରାଜନୀତି କରୁଛନ୍ତି, ରାଜ୍ୟ ସରକାର ଚାହିଁଥିଲେ ଏଭଳି ଘଟଣା ହୋଇନଥାନ୍ତା । ଏପଟେ ସମ୍ବଲପୁର ହିଂସାକାଣ୍ଡର ଏନଆଇଏ ତଦନ୍ତ ପାଇଁ ରାଜ୍ୟ ବିଜେପି ନେତା ଦାବି କରି ଆସୁଛନ୍ତି । ଚର୍ଚ୍ଚା ହେଉଛି, ବିଜେପିର କେନ୍ଦ୍ରୀୟ ଟିମ୍ ରିପୋର୍ଟ ଦେବା ପରେ ଏନଆଇଏ ତଦନ୍ତ ପାଇଁ ବାଟ ଫିଟିପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/05/18-1.jpg)