ଓଡ଼ିଶାବାସୀଙ୍କୁ କିଏ କ୍ଷମା ମାଗିବା ଉଚିତ୍ ! ମୁହାଁମୁହିଁ ହେଲେ ବିଜେପି-କଂଗ୍ରେସ

41

କନକ ବ୍ୟୁରୋ : ଓଡ଼ିଶାବାସୀଙ୍କୁ କିଏ କ୍ଷମା ମାଗିବା ଉଚିତ । କାହା ପାଇଁ ଆଜି ଓଡ଼ିଶାର ଏଭଳି ଅବସ୍ଥା । ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ ଏବଂ କେନ୍ଦମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୋଦିଙ୍କୁ ପିସିସି ସଭାପତି ମହାନଦୀର ହିସାବ ମାଗିଥିବା ବେଳେ କେନ୍ଦ୍ରମନ୍ତ୍ରୀ ପାଲଟା କହିଛନ୍ତି, ଓଡିଶା ପଛୁଆ ରହିବାର କାରଣ ହେଉଛି କଂଗ୍ରେସ । ଏବଂ ଏଥିପାଇଁ କଂଗ୍ରେସ କ୍ଷମା ମାଗିବା ଉଚିତ ।କଂଗ୍ରେସ ପ୍ରାର୍ଟି ପ୍ରଥମେ ଓଡ଼ିଶାବାସୀଙ୍କୁ କ୍ଷମା ମାଗିବା ଦରକାର । କାରଣ ସ୍ୱାଧୀନତା ପରେ ସବୁଠୁ ଅଧିକ ସମୟ ରାଜ୍ୟ ଓ କେନ୍ଦ୍ରରେ ସରକାର ଗଢ଼ିଥିଲା କେନ୍ଦ୍ର ସରକାର ।

ବିଜେପି଼ିର ଏଭଳି ଅଭିଯୋଗର ଜବାବ ରଖିଛି କଂଗ୍ରେସ । ମହାନଦୀ ପ୍ରସଙ୍ଗରେ ବିଜେପି ଉପରେ ବର୍ଷିଛନ୍ତି ପସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ମହାନଦୀର ଏଭଳି ଅବସ୍ଥା ପାଇଁ ବିଜେପି ସରକାର ସମ୍ପୂର୍ଣ୍ଣ ଭାବେ ଦାୟୀ । ଛିତଶଗଡ଼ରେ ବିଜେପି ସରକାର ଥିବା ବେଳେ ଓଡ଼ିଶାକୁ ପାଣି ଆସୁନାହିଁ । ମହାନଦୀ ଶୁଖିଲା ପଡ଼ୁଛି । ଯଦି ବିଜେପି ଏତେ ବିକାଶ କରୁଛି ତେବେ ଛତିଶଗଡ଼ ସରକାରଙ୍କୁ କହି ଓଡ଼ିଶାକୁ ଟୋପାଏ ପାଣି ଦେଉନାହିଁ କାହିଁକି ।

dharmendra pradhanଏତିକିରେ ସରିନଥିଲା ବିଜେପି ଓ କଂଗ୍ରେସ ମଧ୍ୟରେ ତୁ ତୁ ମେଁ ମେଁ । ପୋଲାଭରମ ପ୍ରକଳ୍ପକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଛି ବିଜେପି । ପୋଲାଭରମ ପ୍ରକଳ୍ପ ପାଇଁ କିଏ କାହାକୁ କ୍ଷମା ମାଗିବା ଉଚିତ ବୋଲି ପ୍ରଶ୍ନ କରିଛି । ପୋଲାଭରମକୁ କିଏ ପୋତ୍ସାହନ ଦେଇ ବଢ଼ାଇଲା । ସେତେବେଳେ ଉଭୟ କେନ୍ଦ୍ର ଓ ଆନ୍ଧ୍ରପ୍ରଦେଶରେ କାହାର ସରକାର ଥିଲା । ଏଥିପାଇଁ କିଏ କ୍ଷମା ମାଗିବା ଉଚିତ ବୋଲି ଧର୍ମେନ୍ଦ୍ର ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଥିଲେ । ତେବେ ଏହାର ପାଲଟା ଜବାବ ଦେଇ ନିରଞ୍ଜନ ଧର୍ମେନ୍ଦ୍ରଙ୍କ ଆଖିରୁ ଅନ୍ଧପୁଟିଳି ଖୋଲି ଦେଇଥିଲେ । ୨୦୦୦ ମସିହା ମାର୍ଚ୍ଚ ମାସ ୫ ତାରିଖରେ ନବୀନ ସରକାର ପୋଲାଭରମ ପ୍ରକଳ୍ପ ନେଇ କେନ୍ଦ୍ର ଜଳସେଚନ ମନ୍ତ୍ରୀଙ୍କୁ ଏକ ଚିଠି ଲେଖିଥିଲେ । ସେତେବେଳେ ଭାରତ ବର୍ଷରେ କିଏ ପ୍ରଧାନମନ୍ତ୍ରୀ ଥିଲା ତାହା ମନେପକାଇ ଦେଇଛନ୍ତି ନିରଞ୍ଜନ ।

କଂଗ୍ରେସ-ବିଜେପି ମଧ୍ୟରେ ଲାଗିଥିବା ଏହି ଲଢ଼େଇରେ ଧର୍ମେନ୍ଦ୍ର କହିଥିଲେ, ୨୦୧୨-୧୩ ବର୍ଷରେ ରଘୁରାମ ରାଜନଙ୍କ ନେତୃତ୍ୱରେ ଏକ ପଛୁଆ ଅଞ୍ଚଳର ତାଲିକା ପ୍ରସ୍ତୁତ କରାଯାଇଥିଲା । ୟୁପିଏ ସରକାର ସେତେବେଳେ ପ୍ରସ୍ତୁତ କରିଥିବା ରିପୋର୍ଟରେ ଓଡ଼ିଶା ସବୁଠୁ ପଛରେ ରହିଥିଲା । ତାହା ପାଇଁ କିଏ କ୍ଷମା ମାଗିବ ଓଡ଼ିଶା ଲୋକଙ୍କୁ , ତାହା ପାଇଁ ଉତ୍ତରଦାୟୀ କିଏ ରହିବ । କଂଗ୍ରେସ ଏହାର ଜବାବ ଦେବା ସହ ଏଥିପାଇଁ ଉଭୟ ବିଜେଡ଼ି ଓ ବିଜେପି ସରକାରଙ୍କୁ ଦାୟୀ କରିଛି । ଓଡ଼ିଶା ଲୋକଙ୍କ ପାଇଁ ନା କିଛି ଚିନ୍ତା କରୁଥିଲେ ନା କିଛି ନୂଆ କାର୍ଯ୍ୟକ୍ରମ ହାତକୁ ନେଇଥିଲେ । ଯାହା କିଛି ବି ଓଡ଼ିଶା ବାସୀଙ୍କ ପାଇଁ ହୋଇଥିଲା ତାହାକୁ କଂଗେସ ସରକାର କରିଥିଲା । କିନ୍ତୁ ଏହି ୧୮ ବର୍ଷ ମଧ୍ୟରେ ଗୋଟିଏ ବି ନୂଆ ପ୍ରକଳ୍ପ ହୋଇପାରିନାହିଁ ବୋଲି କଂଗ୍ରେସ ଅଭିଯୋଗ କରିଛି ।