ସରିଲା ହୋଲି, ଏବେ ନେତା ହେବେ ପିପିଲି ମୁହାଁ । ଜୋରଦାର ହେବ ପ୍ରଚାର । ଆସନ୍ତାକାଲି ପ୍ରାର୍ଥୀପତ୍ର ଦାଖଲ କରିବେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ।

150

କନକ ବ୍ୟୁରୋ: ହୋଲିର ରଙ୍ଗରେ ରଙ୍ଗେଇ ହେଲେନି ରୁଦ୍ର ମହାରଥୀ । କିନ୍ତୁ ଭୁବନେଶ୍ୱର ବାସଭବନରେ ପିପିଲିରୁ ଆସିଥିବା ସମର୍ଥକଙ୍କଠାରୁ ଶୁଭେଚ୍ଛା ଗ୍ରହଣ କରି ପିପିଲି ବିଜୟ ରଣନୀତି ନେଇ ଆଲୋଚନା କରିଛନ୍ତି ବିଜେଡି ପ୍ରାର୍ଥୀ । ରାତି ପାହିଲେ ନାମାଙ୍କନ ପତ୍ର ଦାଖଲ କରିବା ସହ ରୁଦ୍ର୍ର ଆରମ୍ଭ କରିବେ ପ୍ରଚାର ଅଭିଯାନ ।

ସେପଟେ ନାମାଙ୍କନ ଦାଖଲ କରିସାରିଥିବା ବିଜେପି ପ୍ରାର୍ଥୀ ପିପିଲିରେ ହାଇଭୋଲଟେଜ୍ କ୍ୟାମ୍ପେନ ଆରମ୍ଭ କରିସାରିଛନ୍ତି । ଏବେ ବିଜେଡିର ନୂଆ ମୁହଁ ସହ ବିରୋଧୀଙ୍କ ପୁରୁଣା ଚେହେରା ମଧ୍ୟରେ ଲଢେଇ ହେବ । ଗତ ନିର୍ବାଚନରେ ବିଜେଡିକୁ , ବିଜେପି କଡା ଟକ୍କର ଦେଇଥିବାବେଳେ କଂଗ୍ରେସର ଭୋଟହାର ବହୁ ତଳକୁ ଖସି ଆସିଥିଲା । ବିଜେଡି ୫୧ ପ୍ରତିଶତ ଭୋଟ ସହ ୮୮ ହଜାର ୫୧୮ ଭୋଟ ପାଇଥିଲେ । ବିଜେପିର ଆଶ୍ରିତ ପଟ୍ଟନାୟକ ୪୨ ପ୍ରତିଶତ ସହ ୭୨ ହଜାର ୭୩୧ ହଜାର ଓ କଂଗ୍ରେସ ପ୍ରାର୍ଥୀ ୬ ପ୍ରତିଶତ ସହ ପାଇଥିଲେ ୯ ହଜାର ୮୩୦ ଭୋଟ୍ । ତେଣୁ ବିରୋଧୀ ଶିବିରର ରଣନୀତି ଉପରେ ସମସ୍ତଙ୍କ ନଜର ରହିଛି ।

ମଙ୍ଗଳବାରଦିନ କଂଗ୍ରେସ ପ୍ରାର୍ଥୀ ବି ନାମାଙ୍କନ ଭରିବେ । ତେବେ ଉପନିର୍ବାଚନରେ ବିରୋଧୀଙ୍କୁ ବାରମ୍ବାର ମାତ ଦେଉଥିବା ବିଜେଡି ବିରୋଧରେ ରଣନୀତି ପ୍ରସ୍ତୁତ କରିବା ନିଶ୍ଚିତରୂପେ ବିରୋଧୀଙ୍କ ପାଇଁ ଚ୍ୟାଲେଞ୍ଜ ହେବ ।