କନକ ବ୍ୟୁରୋ : ବିଧାୟକଙ୍କ ପାଠଶାଳାକୁ ନେଇ ତେଜିଲା ରାଜନୀତି। ନୂଆ ବିଧାୟକଙ୍କୁ ତାଲିମ ଦେବାକୁ ସରକାରୀ କାର୍ୟ୍ୟକ୍ରମକୁ ବର୍ଜନ କରିଛନ୍ତି ବିରୋଧୀ। ମୋହନ ସରକାରଙ୍କ ଜ୍ଞାନ ସଂସ୍କାର କାର୍ୟ୍ୟକ୍ରମ ଜବାବରେ ୨୫ ତାରିଖରେ ଶଙ୍ଖ ଭବନରେ ପ୍ରଶିକ୍ଷଣ ଶିବିର କରିବାକୁ ନିଷ୍ପତ୍ତି ନେଇଛି ବିଜେଡି। ତେବେ ପ୍ରଶିକ୍ଷଣ ଶିବିରକୁ ବିଜେଡି ଓ କଂଗ୍ରେସ ନଆସିବା ଦୁର୍ଭାଗ୍ୟଜନକ ବୋଲି କହିଛି ବିଜେପି।

Advertisment

ପାଠଶାଳାକୁ ନେଇ ତେଜିଲା ରାଜନୀତି। ବିଜେପିକୁ ଜବାବ ଦେବାକୁ ବିଜେଡିର ରଣନୀତି। ଅଲଗା ପ୍ରଶିକ୍ଷଣ ଶିବିର କରିବ ବିଜେଡି। ନୂଆ ବିଧାୟକଙ୍କୁ ପ୍ରଶିକ୍ଷଣ ଦେବା ଲାଗି ମୋହନ ସରକାର କରିଥିବା ଶିବିରକୁ ବର୍ଜନ କରିଛନ୍ତି ବିରୋଧୀ। କିନ୍ତୁ ବିଧାୟକମାନଙ୍କ ପାଇଁ ପ୍ରଶିକ୍ଷଣ ଆବଶ୍ୟକ ସେ କଥାକୁ କେଉଁଠି ନାଁ କେଉଁଠି ଅନୁଭବ କରିଛନ୍ତି ବିରୋଧୀ ଦଳ। ସେଥିପାଇଁ ବିଜେପିକୁ ଜବାବ ଦେବାକୁ ନୂଆ ରଣନୀତି ପ୍ରସ୍ତୁତ କରିଛି ବିଜେଡି। ମୋହନ ସରକାରଙ୍କ ପ୍ରଶିକ୍ଷଣ ଶିବିର, ଜ୍ଞାନ ସଂସ୍କାର କାର୍ୟ୍ୟକ୍ରମ ଜବାବରେ ୨୫ ତାରିଖରେ ଶଙ୍ଖ ଭବନରେ ପ୍ରଶିକ୍ଷଣ ଶିବିର କରିବାକୁ ନିଷ୍ପତ୍ତି ନେଇଛି ଦଳ।

ସେହିପରି କଂଗ୍ରେସର ପୂର୍ବତନ ବିଧାୟକ ନରସିଂହ ମିଶ୍ରଙ୍କର ପ୍ରଶିକ୍ଷଣ ଶିବିରରେ ସେ ପ୍ରଶିକ୍ଷକ ହିସାବରେ ଯୋଗ ଦେବାର ଥିଲେ ବି ସେ ଯୋଗ ଦେଇନାହାନ୍ତି। ଏଥିରେ ରାଜନୀତି ପଶିଛି କହି ନରସିଂହ ଏଡ଼ାଇ ଯାଇଛନ୍ତି। ତେବେ ବିଧାନସଭାରେ ଆୟୋଜିତ ପ୍ରଶିକ୍ଷଣ ଶିବିରକୁ ବିଜେଡି ଓ କଂଗ୍ରେସ ବିଧାୟକମାନେ ନଆସିବାକୁ ଦୁର୍ଭାଗ୍ୟଜନକ କହିଛି ବିଜେପି। ଏଭଳି ସରକାରୀ କାର୍ଯ୍ୟକ୍ରମକୁ ରାଜନୀତିର ରଙ୍ଗ ଦିଆଯିବାକୁ ନାପସନ୍ଦ କରିଛନ୍ତି କାର୍ୟ୍ୟକ୍ରମର ମୁଖ୍ୟ ଅତିଥି କିରନ ରିଜଜୁ।

ରାଜ୍ୟ ସରକାରଙ୍କ ପକ୍ଷରୁ ବିଧାୟକଙ୍କ ପାଇଁ ଆୟୋଜିତ ପ୍ରଶିକ୍ଷଣ ଶିବିରକୁ ଦଳୀୟ କାର୍ୟ୍ୟକ୍ରମ କହି ବୟକଟ କରିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ।