କନକ ବ୍ୟୁରୋ: ପିପିଲି ଥାନା ସାମ୍ନାରେ ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି କର୍ମୀ । ଆଉ ଏହା ହିଁ ବୟାନ କରୁଛି, ଉପ-ନିର୍ବାଚନ ପୂର୍ବରୁ ବିଜେଡି-ବିଜେପି ରାଜନୈତିକ ପ୍ରତିଦ୍ୱନ୍ଦିତା କିଭଳି ତ୍ରୀବ୍ର ହୋଇଛି । ଆଜି ପିପିିଲିରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ରାଲି ଉପରେ ବିଜେଡି କର୍ମୀ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଥିଲା । ଆଉ ପ୍ରତିବାଦରେ ଥାନା ଆଗରେ ଧାରଣା ଦେଇଥିଲେ ବିଜେପି ନେତା ଓ କର୍ମୀ । ହେଲେ, ବିଜେପି ମିଛ ଅଭିଯୋଗ ଆଣିଥିବା କହି, ଥାନା ସାମ୍ନାରେ ପହଂଚିଥିଲେ ବିଜେଡି କର୍ମକର୍ତ୍ତା ।
ପିପିଲି ବ୍ଲକ୍ ରାଇଗୁରୁପୁର ଗାଁରେ ବିଜେପି ପ୍ରାର୍ଥୀ ନିର୍ବାଚନୀ ପ୍ରଚାର କରୁଥିବା ବେଳେ ବିଜେପି କର୍ମୀ ଚିତରଂଜନ ନାୟକଙ୍କ ଉପରେ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଜଣେ ବିଜେଡି ସମର୍ଥକ ଆସି ତାଙ୍କୁ ଆକ୍ରମଣ କରିବା ସହ ତାଙ୍କ ସ୍କୁଟରକୁ ଭଙ୍ଗାରୁଜା କରିଥିବା ନେଇ ଅଭିଯୋଗ କରିଥିଲେ । ଆଉ ଏହାପରେ ଆକ୍ରମଣକାରୀଙ୍କୁ ଗିରଫ କରିବା ଦାବିରେ ପ୍ରତିବାଦକୁ ଓହ୍ଲାଇଥିଲା ବିଜେପି ।
ଏପଟେ ବିଜେଡି କିନ୍ତୁ ବିଜେପି ବିରୁଦ୍ଧରେ ପାଲଟା ଅଭିଯୋଗ କରିଛି । ବିଜେଡି କହିଛି- ନିର୍ବାଚନ ପୂର୍ବରୁ ବିଜେପି ମିଛ ଅଭିଯୋଗ ଅଣାଯାଇଛି । ନିର୍ବାଚନ ହାରିବା ଭୟରେ ବିଜେପି ମିଛ ଅଭିଯୋଗ କରୁଥିବା ବିଜେଡି କହିଛି । ତେବେ ବିଜେଡି-ବିଜେପି ଏହି ଛକାପଞ୍ଝା ଭିତରେ ଆଗକୁ ନିର୍ବାଚନ ଥିବାରୁ ସ୍ଥିତିକୁ ନିୟନ୍ତ୍ରଣ କରିବା ପୁଲିସ୍ ପ୍ରଶାସନ ପାଇଁ ଏକ ବଡ଼ ଆହ୍ୱାନ ପାଲଟିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/04/20-3.jpg)