ବିଜେଡିର ବର୍ଷା ସିଂହ ବରିହା ବନାମ ବିଜେପିର ଅର୍ପିତା ବଡ଼ଜେନା । ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡରେ ବିଜେଡି-ବିଜେପି ଟ୍ୱିଟ୍ ୱାର୍
କନକ ବ୍ୟୁରୋ: ନବ ଦାସଙ୍କ ହତ୍ୟାକୁ ନେଇ ଗଣମାଧ୍ୟମରେ ବୟାନବାଜି ଚାଲିଥିବାବେଳେ, ଏବେ ସୋସିଆଲ ମିଡିଆରେ ଜୋରଦାର ହୋଇଛି ଲଢ଼େଇ । ଦୁଇ ଦଳର ନେତାଙ୍କ ପକ୍ଷରୁ ସିରିଜ୍ ଟୁଇଟ୍ କରି ପରସ୍ପରକୁ ପ୍ରଶ୍ନ ପଚରାଯାଉଛି, ଆହ୍ୱାନ ଦିଆଯାଉଛି । ସବୁଠାରୁ ବଡ କଥା ହେଉଛି, ଟୁଇଟ୍ ୱାରର ମଙ୍ଗ ଧରିଛନ୍ତି ଦୁଇ ଦଳର ୟଙ୍ଗ୍ ବ୍ରିଗେଡ୍ ।
- ବିଜେଡି-ବିଜେପି ଟୁଇଟ୍ ୱାର
- ବର୍ଷା ବନାମ ଅର୍ପିତା
ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗରେ, ରାଜରାସ୍ତା ଓ ବିଧାନସଭା ପରେ, ସୋସିଆଲ ମିଡିଆରେ ବିଜେଡି ଓ ବିଜେପି ମଧ୍ୟରେ ଜୋରଦାର ହୋଇଛି ଲଢ଼େଇ । ଦୁଇ ଦଳର ନେତାଙ୍କ ପକ୍ଷରୁ ସିରିଜ୍ ଟୁଇଟ୍ କରାଯାଇଛି । ବିଜେଡି ପକ୍ଷରୁ ନବ ନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା ମଙ୍ଗ ଧରିଥିବାବେଳେ, ବିଜେପିର ରାଷ୍ଟ୍ରୀୟ ଯୁବ ମୋର୍ଚ୍ଚା ଉପସଭାନେତ୍ରୀ ଅର୍ପିତା ବଡଜେନା ଟୁଇଟ୍ କରି ପାଲଟା ପ୍ରଶ୍ନ କରିଛନ୍ତି ।
.@dpradhanbjp ବାବୁ,ଗତ କିଛି ଦିନ ହେଲା ଆପଣଙ୍କ ଦଳର କେତେକ ନେତା ପୂର୍ବତନ ମନ୍ତ୍ରୀ ନବକିଶୋର ଦାସଙ୍କ ମୃତ୍ୟୁ ପରେ ତାଙ୍କୁ ନିନ୍ଦିତ କରିବାକୁ ଉଦ୍ୟମ କରୁଛନ୍ତି।ଏହା ଆମ ହିନ୍ଦୁ ପରମ୍ପରା ଓ ଓଡ଼ିଆ ସଂସ୍କୃତିରେ ଆଦୌ ଗ୍ରହଣୀୟ ନୁହେଁ। ଯେତେବେଳେ ମୋ ବାପାଙ୍କର ଦେହାନ୍ତ ହୋଇଥିଲା, ସେତେବେଳେ ମଧ୍ୟ ରାଜ୍ୟ ବିଜେପିର କିଛି ନେତା (1/4)
— Barsha Singh Bariha (@Barsha_bariha) March 10, 2023
ବର୍ଷା ଟୁଇଟ୍ କରିବା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟ୍ୟାଗ କରିଛନ୍ତି । ଲେଖିଛନ୍ତି, ବାବୁ ଗତ କିଛି ଦିନ ହେଲା, ଆପଣଙ୍କ ଦଳର କେତେକ ନେତା ପୂର୍ବତନ ମନ୍ତ୍ରୀ ନବକିଶୋର ଦାସଙ୍କ ମୃତ୍ୟୁ ପରେ ତାଙ୍କୁ ନିନ୍ଦିତ କରିବାକୁ ଉଦ୍ୟମ କରୁଛନ୍ତି । ଏହା ଆମ ହିନ୍ଦୁ ପରମ୍ପରା ଓ ଓଡି଼ଆ ସଂସ୍କୃତିରେ ଆଦୌ ଗ୍ରହଣୀୟ ନୁହେଁ । ଯେତେବେଳେ ମୋ ବାପାଙ୍କର ଦେହାନ୍ତ ହୋଇଥିଲା, ସେତେବେଳେ ରାଜ୍ୟ ବିଜେପିର କିଛି ନେତା ତାଙ୍କୁ ମଧ୍ୟ ଏମିତି ଆକ୍ଷେପ କରୁଥିଲେ । ଏବେ ସମାନ ଢ଼ଙ୍ଗରେ ସ୍ୱର୍ଗତ ନବକିଶୋର ଦାସଙ୍କ ଚରିତ୍ର ସଂହାର ପାଇଁ ଯେଉଁ ଉଦ୍ୟମ ହେଉଛି, ତାହା ତାଙ୍କ ପରିବାର ଓ ଝିଅକୁ ମାନସିକ ଯନ୍ତ୍ରଣା ଦେଉଥିବ । ତେଣୁ ଦୟାକରି ଆପଣଙ୍କ ଦଳର ନେତାଙ୍କୁ କୁହନ୍ତୁ , ମୃତ ବ୍ୟକ୍ତିଙ୍କ ସମ୍ପର୍କରେ ଏପରି ହୀନ ମନ୍ତବ୍ୟ ଦେବାରୁ ନିଜକୁ କ୍ଷାନ୍ତ ରଖନ୍ତୁ ।
.@Barsha_bariha ଅପା, ଆପଣ ଆମ ନେତାଙ୍କ ଉଦ୍ଦେଶ୍ୟରେ ଯେଉଁ କଥା କହିଛନ୍ତି ସେ କଥା ହେଉଛି ନିରାଧାର । ଆମ ଦଳର କେବେ ସଂସ୍କାର ନୁହେଁ କାହାକୁ ବ୍ୟକ୍ତିଗତ ଆକ୍ଷେପ କରିବା । ଆପଣ ଏହି ଟୁଇଟ କରିବା ପୂର୍ବରୁ ଯିଏ ଏହି ଟୁଇଟ ତିଆରି କରି ଆପଣଙ୍କୁ ଦେଇଛନ୍ତି ତାଙ୍କୁ ଥରେ ପଚାରିବାର ଥିଲା ।
— 🇮🇳 Arpita Aparajita Badajena (@Arpita_Badajena) March 10, 2023
ବର୍ଷାଙ୍କ ଟୁଇଟର କିଛି ସମୟ ପରେ, ତାଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ଯୁବ ମୋର୍ଚ୍ଚା ଉପସଭାନେତ୍ରୀ ଅର୍ପିତା ବଡଜେନା । ବର୍ଷାଁଙ୍କୁ ଟ୍ୟାଗ କରି ଟୁଇଟରେ ଲେଖିଛନ୍ତି,
ଅପା, ଆପଣ ଆମ ନେତାଙ୍କ ଉଦ୍ଦେଶ୍ୟରେ ଯେଉଁ କଥା କହୁଛନ୍ତି ତାହା ହେଉଛି ନିରାଧାର । ଆମ ଦଳର ସଂସ୍କାର ନୁହେଁ କେବେ କାହାକୁ ବ୍ୟକ୍ତିଗତ ଆକ୍ଷେପ କରିବା । ଆପଣ ଏହି ଟୁଇଟ୍ କରିବା ପୂର୍ବରୁ ଯିଏ ତିଆରି କରିଛି ତାଙ୍କୁ ଥରେ ପଚାରିବାର ଥିଲା । କଳାହାଣ୍ଡି ଜିଲ୍ଲାର ମମିତା ମେହେର ଭଉଣୀ, ସେ କଣ କରିଥିଲେ, ତାଙ୍କୁ ବିଭତ୍ସ ଭାବେ ହତ୍ୟା କରାଗଲା । ଏଥିରେ ଆପଣଙ୍କ ଦଳର ସେତେବେଳର ମନ୍ତ୍ରୀଙ୍କ ସମ୍ପୃକ୍ତି ଅଛି କି ନାହିଁ? ଆପଣ କହୁଛନ୍ତି ଆପଣଙ୍କ ସରକାର ଟ୍ରାନ୍ସପ୍ୟାରେଣ୍ଟ ସରକାର? ୫-ଟି ସରକାର । ନିରୀହ ଝିଅଟିକୁ ନ୍ୟାୟ ଦେବାରେ କୁଆଡେ ଗଲେ ଆପଣଙ୍କର ୧ ନମ୍ବର ପ୍ରଶାସକ । ବିଧାନସଭାକୁ ବିଜୟ ଶଙ୍କର ଦାସ କାହିଁକି ଆସୁନାହାଁନ୍ତି ବୁଝିଲେ ଟିକେ ଭଲ ହୁଅନ୍ତା ।
ତେବେ ପୂର୍ବରୁ ମଧ୍ୟ ଦୁଇ ଦଳର ନେତାଙ୍କ ମଧ୍ୟରେ ଏମିତି ଟୁଇଟ୍ ୱାର ଦେଖିବାକୁ ମିଳିଛି । ଗୋଟିଏ ଦଳର ନେତା ଅନ୍ୟ ଦଳର ନେତାଙ୍କୁ ଟୁଇଟ୍ ଜରିଆରେ ଟାର୍ଗେଟ କରୁଛନ୍ତି । ବିଶେଷକରି ଯୁବପୀଢ଼ିର ନେତା ଏହି କ୍ଷେତ୍ରରେ ଆଗରେ ରହୁଥିବା ଦେଖାଯାଉଛି । ଯାହା ଆଗାମୀ ଦିନରେ ଆହୁରି ଅଧିକ ହୋଇପାରେ ।