ମିଳିତ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଲା ବିଜେପି । ବିଭିନ୍ନ ପ୍ରସଙ୍ଗରେ ବିଜେଡି ଓ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ରାଜ୍ୟ ବିଜେପିର ୫ ବଡ଼ ନେତା, କାଉଂଟର ପ୍ରେସମିଟ୍ କରି ବିଜେଡି ପ୍ରତିକ୍ରିୟା

163

କନକ ବ୍ୟୁରୋ : ଭୁୁବନେଶ୍ୱର ସାମ୍ବାଦିକ ସମ୍ମିଳନୀରେ ନବୀନଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମାଙ୍କଡ ହାତରେ ଶାଳଗ୍ରାମ କହି ଧର୍ମେନ୍ଦ୍ର ତାତ୍ସଲ୍ୟ କରିଛନ୍ତି । ଶନିବାର ବିଜେଡି ନେତା ଭିକେ ପାଣ୍ଡିଆ ଓଡିଶା ମଡଲେ ଗୁଜରାଟ ମଡେଲଠାରୁ ଭଲ ବୋଲି କହି ତଥ୍ୟ ରଖିଥିଲେ । ଯାହାର ଉତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ । କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କୁ ଜବାବ ଦେଇ ପୁରୁଣା ତଥ୍ୟ ରଖାଯାଇଛି । ବିଭିନ୍ନ ପ୍ରସଙ୍ଗରେ ଗୁଜରାଟ-ଓଡିଶା ମଧ୍ୟରେ ତୁଳନାତ୍ମକ ଚିତ୍ର ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଶାସ୍ତ୍ରୀୟ ଭାଷା , ନୃତ୍ୟ, ସଙ୍ଗୀତ କ’ଣ ଜାଣିନାହାନ୍ତି, ଯିଏ ଯାହା ଲେଖିଲା ମୁଖ୍ୟମନ୍ତ୍ରୀ କହି ଦେଉଛନ୍ତି ବୋଲି ଧର୍ମେନ୍ଦ୍ର ଅଭିଯୋଗ କରିଛନ୍ତି । ବିଜେଡି କହିଛି , ନିର୍ବାଚନରେ ବହୁ ଅଶୋଭନୀୟ ଟିପ୍ପଣୀ ଦେଇଛନ୍ତି ଧର୍ମେନ୍ଦ୍ର, ଯାହାର କଡା ଜବାବ ଦେବେ ଓଡିଶାବାସୀ ।

ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ନେଇ ବିଜେଡି ଉପରେ ବର୍ଷିଛନ୍ତି ଅପରାଜିତା ଷଡଙ୍ଗୀ । ସେ କହିଛନ୍ତି , ଜଗନ୍ନାଥ ପ୍ରକଳ୍ପକୁ ନୁହେଁ ପ୍ରକ୍ରିୟାକୁ ବିରୋଧ କରାଯାଇଛି । ପ୍ରକଳ୍ପ ପାଇଁ ୪ ହଜାର ୨୦୦ କୋଟି ଖର୍ଚ୍ଚ କରାଗଲା । ଆଉ ଦକ୍ଷିଣ ଭାରତୀୟ ଭୂମିପୁତ୍ର ଆର୍କିଟେକଚରକୁ ସରକାର ଦାୟିତ୍ୱ ଦେଲେ । ମାତ୍ର ସଂସ୍ଥାର ୱେବସାଇଟରେ ସଠିକ ତଥ୍ୟ ଦିଆଗଲା ନାହିଁ ା ଓଡିଶାରେ ୟୁନିଟ ପିଚ୍ଛା ବିଜୁଳି ଦର ୨ଟଙ୍କା ୮୨ ପଇସା ଥିବାବେଳେ ଘରୋଇ କମ୍ପାନୀ ମାଧ୍ୟମରେ ଚେନ୍ନାଇକୁ କିଭଳି ୨ଟଙ୍କା ୫୨ ପଇସାରେ ବିଜୁଳି ଦିଆଯାଉଛି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି ।

ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଆଉ ଏହାର କଡା ଜବାବ ରଖିଛି ବିଜେଡି ।

୨୦୦୭ କନ୍ଧମାଳ ପ୍ରସଙ୍ଗରେ ରାଜ୍ୟ ସରକାର ଉପରେ ବର୍ଷିଛନ୍ତି ପ୍ରତାପ ଷଡଙ୍ଗୀ । ଆଉ ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ବାପାଙ୍କୁ କାଠଗଡାରେ ଠିଆ କରାଇଛନ୍ତି । ସେହିଭଳି ମନମୋହନ ସାମଲ କହିଛନ୍ତି , ହତାଶ ନିରାଶ ଅବସ୍ଥାରେ ପଂହଚିଛନ୍ତି ବିଜେଡି ସରକାର । ରାଜ୍ୟରେ ସରକାର ପରିବର୍ତ୍ତନ ହେବ ବୋଲି ଲୋକେ ସଂକଳ୍ପ ନେଇଛନ୍ତି ।

ନିର୍ବାଚନ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ୫ ନେତା ଏକାଠି ହେବା ଚର୍ଚ୍ଚାର ବିଷୟ ହୋଇଛି ।