ପ୍ରେସମିଟ କରି ବିଜେପିକୁ ଟାର୍ଗେଟ କଲା ବିଜେଡି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାତର ଅନ୍ତର ହୋଇଥିବା କଲା ଅଭିଯୋଗ 

109

କନକ ବ୍ୟୁରୋ: ପ୍ରେସମିଟ କରି କେନ୍ଦ୍ର ସରକାର ଓ ବିଜେପିକୁ ଟାର୍ଗେଟ କରିଛି ବିଜେଡି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାତର ଅନ୍ତର ହୋଇଥିବା ଅଭିଯୋଗ କରିଛି ବିଜେଡି । ବିଜେପି ଶାସିତ ରାଜ୍ୟକୁ ଆଗ୍ରାଧିକାର ଦିଆଯାଉଥିଲେ ବି ଓଡିଶାକୁ ଅବହେଳା କରାଉଥିବା ବିଜେଡି କହିଛି । ଏହି ସାମ୍ବାଦିକ ସମ୍ମଳନୀରେ କେବଳ ବିଜେପି ନୁହେଁ କେନ୍ଦ୍ର ସରକାର ଓ ବିଜେପି ସାଂସଦମାନଙ୍କୁ ମଧ୍ୟ ସମାଲୋଚନା କରାଯାଇଛି ।

ବିଜେଡି ଅଭିଯୋଗ କରିଛି ରାଜ୍ୟ ସରକାର ୨୦୧୧  ସୋସିଓ ଇକୋନୋମିକ ସେନସସ ଅନୁସାରେ ଡାଟା ପ୍ରସ୍ତୁତ କରୁଥିଲେ ବି ୬ ଲକ୍ଷ ହିତାଧିକାରୀ ବଂଚିତ ହୋଇଥିଲେ। କେନ୍ଦ୍ର ସରକାରଙ୍କ ଚରମ ଉଦାସୀନତା ଯୋଗୁଁ ଗୃହ ପାଇବାରେ  ଲୋକେ ବଂଚିତ ହେଉଥିବା ଅଭିଯୋଗ କରିଛି ବିଜେଡି। ଏହାସହ ଫନିରେ ଭାଙ୍ଗି ଯାଇଥିବା ଘର  ଯୋଗାଇଦେବାକୁ କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇଥିଲେ ବି ଏଯାଏ ଗୋଟେ ଘର ମିଳିନି। ଫନି ପ୍ରଭାବିତ ଅଞ୍ଚଳର ୮ ଲକ୍ଷ ଘର ଏନ ରୋଲ ମେଣ୍ଟ ହୋଇଥିଲେ ବି ହିତାଧିକାରୀଙ୍କୁ ଘର ମିଳିପାରିନି।

ସେହିପରି ଅଣ ପ୍ରଭାବିତ ୧୬ଟି ଜିଲ୍ଲାରେ ୬ ଲକ୍ଷ ହିତାଧିକାରୀଙ୍କୁ ଚିହ୍ନଟ କରି ତାଲିକା ପ୍ରସ୍ତୁତ କରିଥିଲେ ବି ଏନରୋଲ ହୋଇପାରୁନଥିବା ଅଭିଯୋଗ କରିଛି ବିଜେଡି । ଆବାସ ଯୋଜନାରେ ସାମନ୍ୟ ଅନିୟମିତତା ହୋଇଥିବା ଅଭିଯୋଗ କରି ବିଜେପିର ୭ ସାଂସଦ କେନ୍ଦ୍ର ଗୃହ ନିର୍ମାଣ ମନ୍ତ୍ରୀଙ୍କ ନିକଟରେ ଫେରାଦ ହେବା ପରେ ୧୪ ଲକ୍ଷ ହିତାଧିକାରୀ ବଂଚିତ ହୋଇଛନ୍ତି । ୨୦୧୯ ନିର୍ବାଚନ କାରଣରୁ ଏନରୋଲ ପ୍ରକ୍ରିୟା ବନ୍ଦ ଥିବା ବେଳେ ପରବର୍ତୀ ମୁହୂର୍ତ୍ତରେ ରାଜ୍ୟ ତାଲିକା ପ୍ରସ୍ତୁତ କରି ଦେଇଥିଲେ ବି ଗ୍ରହଣ କରାଯାଉନି।