IFS ବିନୟ ପ୍ରଧାନଙ୍କ ନାଁରେ ବିଜେଡିର ଅଭିଯୋଗ । ସସ୍ମିତ କହିଲେ, ଭାରତ ସରକାରଙ୍କ ଉଚ୍ଚ ପଦବୀରେ ଥାଇ ମଧ୍ୟ ଛୁଟି ଆଣି ଧର୍ମେନ୍ଦ୍ରଙ୍କ ପାଇଁ ସମ୍ବଲପୁରରେ କରୁଛନ୍ତି କାମ, ସବୁ ଜାଣି ବି ନିର୍ବାଚନ ଆୟୋଗ ନେଉନାହାନ୍ତି କାର୍ଯ୍ୟାନୁଷ୍ଠାନ ।

Advertisment
IFS ବିନୟ ପ୍ରଧାନଙ୍କ ନାଁରେ ବିଜେଡିର ଅଭିଯୋଗ । ସସ୍ମିତ କହିଲେ, ଭାରତ ସରକାରଙ୍କ ଉଚ୍ଚ ପଦବୀରେ ଥାଇ ମଧ୍ୟ ଛୁଟି ଆଣି ଧର୍ମେନ୍ଦ୍ରଙ୍କ ପାଇଁ ସମ୍ବଲପୁରରେ କରୁଛନ୍ତି କାମ, ସବୁ ଜାଣି ବି ନିର୍ବାଚନ ଆୟୋଗ ନେଉନାହାନ୍ତି କାର୍ଯ୍ୟାନୁଷ୍ଠାନ ।

କନକ ବ୍ୟୁରୋ : ଆଇଏଫଏସ ବିନୟ ପ୍ରଧାନଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛି ବିଜେଡି । ସାମ୍ବାଦିକ ସମ୍ମିଳନୀ କରି ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ୨୦୨୪ ନିର୍ବାଚନରେ ବିନୟ ପ୍ରଧାନଙ୍କ ସମ୍ପୃକ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଆମେରିକାର ନ୍ୟୁୟର୍କରେ କନ୍ସୋଲ ଜେନେରାଲ ହେଉଛନ୍ତି ବିନୟ ପ୍ରଧାନ । ଭାରତ ସରକାରଙ୍କ ଉଚ୍ଚ ପଦବୀରେ ଥିବା ବିନୟ ପ୍ରଧାନ ନିର୍ବାଚନରେ କେମିତି ସମ୍ପୃକ୍ତ ହେଲେ ତାହାକୁ ନେଇ ପ୍ରଶ୍ନ କରିଛି ବିଜେଡି । ଏହା ସମ୍ପୂର୍ଣ୍ଣ ବେଆଇନ, ଏହା ଉପରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି ବିଜେଡି ଦାବି କରିଛି ।

ଆଇଏଫଏସ ବିନୟ ପ୍ରଧାନ ୨୦୧୪-୨୦୧୯ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଓଏସଡି ଥିଲେ। ୨୦୧୯ ପରେ ବିଭିନ୍ନ ବୈଦେଶିକ ନିଯୁକ୍ତି ପାଇଛନ୍ତି ବିନୟ ପ୍ରଧାନ। କିନ୍ତୁ ନିର୍ବାଚନ ଆଚରଣ ବିଧି ଲାଗୁ ପରେ ମାସେ ତଳୁ କନ୍ସୋଲ ଜେନେରାଲ ପଦରୁ ଛୁଟି ନେଇ ସମ୍ବଲପୁରରେ ରହୁଛନ୍ତି। ପ୍ରଚ୍ଛଦପଟରେ ରହି ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ପ୍ରଚାର ପ୍ରସାରରେ ନିୟୋଜିତ ଅଛନ୍ତି । ପ୍ରଚାର ପାଇଁ ପ୍ଲାନ୍ ମଧ୍ୟ ପ୍ରସ୍ତୁତ କରୁଛନ୍ତି ଏହି ଅଧିକାରୀ। ଏ ସଂକ୍ରାନ୍ତରେ ଏପ୍ରିଲ ୨୪ ତାରିଖରେ ଭାରତ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଛି ବିଜେଡି। ଭାରତ ସରକାରଙ୍କ ବିଧିକୁ ଅବମାନନା କରିବା ସହ ନିର୍ବାଚନ ପ୍ରଚାରକୁ ହ୍ୟାଣ୍ଡଲ କରୁଛନ୍ତି ବୋଲି ବିଜେଡି ଅଭିଯୋଗ କରି ତାଙ୍କ କଲ ରେକର୍ଡ ଯାଞ୍ଚ ପାଇଁ ଦଳ ଦାବି କରିଛି।

କେବଳ ସେତିକି ନୁହେଁ କେଉଁ ଉଦ୍ଦେଶ୍ୟରେ ବିନୟ ସମ୍ବଲପୁର ଆସିଥିଲେ, ତାଙ୍କର ସମ୍ପୂର୍ଣ ଗତିବିଧି ଟ୍ରାକ କରିବାକୁ ବିଜେଡି ଦାବି କରିଥିଲେ ବି କୌଣସି ଉତ୍ତର ମିଳି ନଥିବା ବିଜେଡି ଅଭିଯୋଗ କରିଛି। ଭାରତ ସରକାରଙ୍କ କ୍ୟାବିନେଟ୍ ସଚିବ, ବିଦେଶ ମନ୍ତ୍ରଣାଳୟ ସଚିବଙ୍କୁ ଚିଠି କରାଯାଇଥିଲେ ବି କିଛି ଉତ୍ତର ଆସିନାହିଁ। ଆଇନ ସମସ୍ତଙ୍କ ପାଇଁ ଯଦି ସମାନ ତାହା ହେଲେ ବିନୟ ପ୍ରଧାନଙ୍କ ପାଇଁ ଆଇନ ଅଲଗା କି ବୋଲି ସସ୍ମିତ ପ୍ରଶ୍ନ କରିଛନ୍ତି ? ଯେହେତୁ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ତାଙ୍କର ନିବିଡ଼ତା ରହିଛି ସେଥିପାଇଁ ତାଙ୍କ ପାଇଁ ଆଇନ ଅଲଗା କି ? ଏହାକୁ ନେଇ ଆଉ ଥରେ ନିର୍ବାଚନ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଛନ୍ତି ସସ୍ମିତ ପାତ୍ର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe