ଯେକୌଣସି ମୁହୂର୍ତ୍ତରେ ଆସିପାରେ ବିଜେଡି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା: ୬ ଲୋକସଭା ଓ ଅବଶିଷ୍ଟ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିପାରେ ଦଳ

517

କନକ ବ୍ୟୁରୋ: ଯେକୌଣସି ମୁହୂର୍ତରେ ଆସିପାରେ ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ଲୋକସଭା ଏବଂ ବିଧାନସଭା ପାଇଁ ଆସିପାରେ ବାକି ଥିବା ଆସନ ପାଇଁ ତାଲିକା । ବଢ଼ିଲାଣି ଆଶାୟୀଙ୍କ ହାର୍ଟବିଟ୍ । କାହାର କଟିବ, କାହାକୁ ମିଳିବ ଟିକେଟ୍, ଚିନ୍ତାରେ ନେତା । ନବୀନ ନିବାସ, ଶଙ୍ଖ ଭବନରେ ଚାଲିଛି ଟିକେଟ୍ ନେଇ ଅଙ୍କକଷା ।
୬ ସଂସଦୀୟ କ୍ଷେତ୍ର
କାହାକୁ ପ୍ରାର୍ଥୀ କରିବ ବିଜେଡି?

ବ୍ରହ୍ମପୁର
ପ୍ରଦୀପ ପାଣିଗ୍ରାହୀ, ବିଜେପି
ଭୃଗୁ ବକ୍ସିପାତ୍ର, ସମ୍ଭାବ୍ୟ ପ୍ରାର୍ଥୀ, ବିଜେଡି
ରଶ୍ମିରଞ୍ଜନ ପଟ୍ଟନାୟକ, କଂଗ୍ରେସ

ବରଗଡ଼
ପ୍ରଦୀପ ପୁରୋହିତ, ବିଜେପି
ପ୍ରସନ୍ନ ଆଚାର୍ଯ୍ୟ, ସମ୍ଭାବ୍ୟ ପ୍ରାର୍ଥୀ, ବିଜେଡି
ସଂଜୟ ଭୋଇ, କଂଗ୍ରେସ

ବଲାଙ୍ଗିର
ସଂଗୀତା ସିଂଦେଓ, ବିଜେପି
ସୁରେନ୍ଦ୍ର ଭୋଇ, ସମ୍ଭାବ୍ୟ ପ୍ରାର୍ଥୀ, ବିଜେଡି
ମନୋଜ ମିଶ୍ର, କଂଗ୍ରେସ

ବାଲେଶ୍ୱର
ପ୍ରତାପ ଷଡଙ୍ଗୀ, ବିଜେପି
?, ବିଜେଡି
?, କଂଗ୍ରେସ

ଭଦ୍ରକ
ଅଭିମନ୍ୟୁ ସେଠୀ, ବିଜେପି
ମଂଜୁଲତା ମଣ୍ଡଳ, ସମ୍ଭାବ୍ୟ ପ୍ରାର୍ଥୀ, ବିଜେଡି
?, କଂଗ୍ରେସ

କେନ୍ଦୁଝର
ଅନନ୍ତ ନାୟକ, ବିଜେପି
?, ବିଜେଡି
?, କଂଗ୍ରେସ