କନକ ବ୍ୟୁରୋ : ପଞ୍ଚାୟତ ଫଇସଲା । ଦିନ ୩.୩୦ଟ୍ରେଣ୍ଡ ସୁଦ୍ଧା ପୁରୀରେ ୧୧ଟି ଆସନରେ ଏକାକୀ ବିଜେଡି ଆଗରେ ରହିଛି । ବିଜେପି ଓ କଂଗ୍ରେସ ଏବେ ବି ପଛରେ ରହିଛି । ଏ ଯାଏଁ ଖାତା ଖୋଲି ନାହାନ୍ତି ବିଜେପି, କଂଗ୍ରେସ ଓ ଅନ୍ୟାନ୍ୟ ପ୍ରାର୍ଥୀ ।

Advertisment

ତେବେ ପୁରୀ ଜିଲ୍ଲାର ୬ଟି ବିଧାନସଭା ମଣ୍ଡଳୀରେ ଅଛି ୩୩ ଜିଲ୍ଲା ପରିଷଦ । ସରକାରରେ ଥିବାରୁ ପୁରୀ ଜିଲ୍ଲାରେ ବିଜେଡି ସ୍ଥିତି ଭଲ ରହିଛି । କାକଟପୁର, ପିପିଲି, ନିମାପଡା, ସତ୍ୟବାଦୀରେ ବିଜେଡି ସ୍ଥିତି ଭଲ ରହିଛି । ପୁରୀ ସଦର ଓ ବ୍ରହ୍ମଗିରିରେ ବିଜେପି ଦେଇପାରେ କଡା ଚ୍ୟାଲେଞ୍ଜ । ମହେଶ୍ୱର ମହାନ୍ତିଙ୍କ ପରାଜୟ ପରେ ତାଙ୍କ ସ୍ଥାନ ନେବାକୁ ପ୍ରତିଯୋଗିତା । ପୁଅ ସୁନିଲ ମହାନ୍ତି ଓ ଶୁଭାଶିଷ ଖୁଂଟିଆଙ୍କ ଭିତରେ ରହିଛି କନ୍ଦଳ । ବ୍ରହ୍ମଗିରିରେ ସଂଜୟ ଦାସବର୍ମାଙ୍କ ପରାଜୟ ପରେ ବିଜେଡିର ପରୀକ୍ଷା । ସମ୍ମାନ ରକ୍ଷା ପାଇଁ ପ୍ରୟାସ ଚଳାଇଛନ୍ତି ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ।

ସେହିପରି ପିପିଲିରେ ଆଶ୍ରିତ ପଟ୍ଟନାୟକଙ୍କ ଉପନିର୍ବାଚନ ପରାଜୟ ବିଜେପିକୁ ଧକ୍କା । ନବାଗତ ରୁଦ୍ର ମହାରଥୀ ନିଜ ଦମ୍ ଦେଖାଇବାକୁ କରୁଛନ୍ତି ପ୍ରୟାସ । କାକଟପୁରରେ ମନ୍ତ୍ରୀ ତୁଶାରକାନ୍ତିଙ୍କ ଅବସ୍ଥା ଭଲ ଥିବା ଅନୁମାନ । ନିମାପଡାରେ ବ୍ଲକ ଅଧ୍ୟକ୍ଷ ପଦ ବିଜେଡି ହାତରୁ ଖସି ଯାଇଛି । ପ୍ରଭାତୀ ପରିଡାଙ୍କ ନିର୍ବାଚନୀ କ୍ଷେତ୍ର ହୋଇବାରୁ କଡା ଟକ୍କର ସମ୍ଭାବନା  । ସତ୍ୟବାଦୀରେ ପ୍ରସାଦ ହରିଚନ୍ଦ ଦୂରେଇ ରହିବା ବିଜେଡି ପାଇଁ ସୁଯୋଗ । ପଂଚାୟତ ଫଳାଫଳ ପ୍ରମାଣ କରିବ ଉମା ସାମନ୍ତରାୟଙ୍କ ପ୍ରଭାବ ।