କନକ ବ୍ୟୁରୋ : ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା । ତୁରନ୍ତ ତଦନ୍ତ ରିପୋର୍ଟ ଦେବାକୁ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚଶିକ୍ଷା ବିଭାଗ । ଏହି ତଦନ୍ତ ରିପୋର୍ଟ ପ୍ରଦାନ କରିବା ପାଇଁ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛି ଉଚ୍ଚ ଶିକ୍ଷା ବିଭାଗ । ଆଜି ସୁଦ୍ଧା ବର୍ତ୍ତମାନର ଅନୁସନ୍ଧାନ ସ୍ଥିତି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ଶିକ୍ଷା ବିଭାଗର ମୁଖ୍ୟ ସଚିବ ବିଷ୍ଣୁପଦ ସେଠୀ । ତେବେ ରୁଚିକା କାହିଁକି ଆତ୍ମହତ୍ୟା କଲେ ସ୍ପଷ୍ଠ ହୋଇନଥିବା ବେଳେ ଏହାକୁ ନେଇ ଜୋରଦାର ପ୍ରତିବାଦ ହୋଇଥିଲା । ପରିବାର ଲୋକେ ରାଗିିଂ କାରଣରୁ ରୁଚିକା ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ଆଣିଥିଲେ । ଝିଅକୁ ନ୍ୟାୟ ଦେବାକୁ ରୁଚିକାଙ୍କ ମା’ ଅନଶନ ମଧ୍ୟ କରିଥିଲେ ।

Advertisment