କନକ ବ୍ୟୁରୋ: ଲୋକଙ୍କ ସହ ଯୋଡି ହେବାକୁ ସୋଶିଆଲ ମିଡିଆକୁ ଗୁରୁତ୍ୱ । ଏଥିପାଇଁ ବିଜେଡି ଆରମ୍ଭ କରିଛି ପ୍ରଶିକ୍ଷଣ କାର୍ଯ୍ୟକ୍ରମ । ଦଳର ବିଧାୟକ, ଉପଦେଷ୍ଟା, ବିଜେଡି ପର୍ଯ୍ୟବେକ୍ଷକଙ୍କୁ ନେଇ ଏହି ଟ୍ରେନିଂ ଆରମ୍ଭ କରିଛି ଶାସକ ଦଳ । ଇନଷ୍ଟାଗ୍ରାମ, ଟ୍ୱିଟର ଏବଂ ଫେସବୁକ ମଧ୍ୟରେ ଥିବା ପାର୍ଥକ୍ୟ ଏବଂ ଏହାର ଟେକ୍ନିକାଲ ଦିଗ ଉପରେ ଆଇଟି ଏକ୍ସପର୍ଟ ବୁଝାଇଥିଲେ । ମୁଖ୍ୟତଃ କିଭଳି ଇନଷ୍ଟାଗ୍ରାମରେ ଫଲୋଅର୍ସ ବଢାଯିବା ତାଉପରେ ଗୁରୁତ୍ୱ ଦିଆଯାଇଛି । ବରିଷ୍ଠ ନେତା କହିଛନ୍ତି, ଆମେ ଆଉଟଡେଟେଡ ହେଲେ ଶିଖିବାକୁ ରହିଛି ଆଗ୍ରହ । ଆଗକୁ ନିର୍ବାଚନ ଥିବାରୁ ସୋଶିଆଲ ମିଡିଆକୁ ଏକ ବଡ ମାଧ୍ୟମ କରିବାକୁ ଯୋଜନା କରିଛି ବିଜୁ ଜନତା ଦଳ ।

Advertisment