ଶୀତ ଉଜାଡିଦେଲା ପାନବରଜ । ଥଣ୍ଡା ପାଇଁ ନିଆଳି ପାନଚାଷୀଙ୍କୁ ମୁଣ୍ଡରେ ଚଡକ, ପୋଡିଯାଉଛି ପାନପତ୍ର : ଚାରିହଜାରରୁ ଅଧିକ ପାନବରଜ ନଷ୍ଟ

216

କନକ ବ୍ୟୁରୋ : ଶୀତ ଉଜାଡିଦେଲା ପାନବରଜ । ରାଜ୍ୟରେ କମୁଥିବା ତାପମାତ୍ରା ପାନଚାଷୀଙ୍କ ରାତିର ନିଦ ଉଜାଡି ଦେଇଛି । ଶୀତ ଯୋଗୁ ପାନ ପତ୍ର ପୋଡି ଯାଉଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନିଆଳି ଅଂଚଳରେ । ପାନ ବରଜରେ ପାନ ସବୁ ପୋଡି ଯାଉଥିବା ଦେଖିବାକୁ ମିଳିଛି । ଆଉ ପୋଡା ପାନକୁ ତୋଳିବାରେ ଲାଗିଛି ଚାଷୀ । ଗୋଟିଏ ପାନ ବରଜ ପ୍ରସ୍ତୁତ କିରବା ପାଇଁ ଚାଷୀଙ୍କୁ ୬ରୁ ୭ମାସ ସମୟ ଲାଗିଥାଏ ।

ଏହାପାଇଁ ଆବଶ୍ୟକ ପଡେ ବାଉଁଶ, କତା, ପାଖୁଡି, ଛାଇ. ଜୁଣ, ବିଂଚେଣା, ଦଲମ, କତା, ପିଡିଆ ଓ ମଜୁରୀ । ଏଥିପାଇଁ ଚାଷୀକୁ ଖର୍ଚ୍ଚ କରିବାକୁ ପଡେ ଲକ୍ଷାଧିକ ଟଙ୍କା । ଗୋଟିଏ ପାନ ବରଜ ଠିଆ କରିବା ପାଇଁ ୭ମାସ ସମୟ ଲାଗିଥାଏ । ମାତ୍ର ଏବେ ଶୀତ ପାଇଁ ପାନ ସବୁ ପୋଡି ଯାଇଥିବାରୁ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ