କନକ ବ୍ୟୁରୋ : ପାନ ହେଉଛି ଏକ ଲାଭଦାୟକ ଫସଲ । ଏହି ଚାଷ କରି ପରିବାର ପ୍ରତିପୋଷଣ କରୁଛନ୍ତି ଉପକୂଳବର୍ତୀ ଅଂଚଳର ଲୋକ । ଭୋଗରାଇର ବିରକୁଳି ପାନ । ଏହାର ଚାହିଦା ଅନେକ ରହିଛି । ଯେମିତିକି ଏହି ପାନ ମାଡ୍ରାସରୁ ନେଇ ପୁନେ , ମୁମ୍ବାଇ ଭଳି ବଡ ବଡ ସ୍ଥାନକୁ ଯାଇଥାଏ ଆଉ ସେହି ସ୍ଥାନଗୁଡିକରେ ଏହାର ଚାହିଦା ମଧ୍ୟ ଅନେକ ରହିଛି । ପାନ ଏତେ ମାତ୍ରାରେ ହେଉଥିଲା ଚାଷୀ ରପ୍ତାନୀ କରିବାକୁ ନାକେଦମ୍ ହୋଇପଡୁଥିଲେ । ହେଲେ ଏବେ ଚାଷୀ ଏହି ବିରକୁଳି ପାନ ଚାଷରୁ ମୁହଁ ଫେରାଇ ନେଉଛନ୍ତି । ବିପର୍ଯ୍ୟୟ ଯୋଗୁ ବାରମ୍ବାର କ୍ଷତି ସହୁଥିଲେ ବି ସରକାରୀ ସ୍ତରରେ ଏମାନଙ୍କୁ କୌଣସି ପ୍ରକାର ସାହାଯ୍ୟ ସହଯୋଗ କରାଯାଇନି । ଗାଁର ୪୦ ପ୍ରତିଶତ ଲୋକେ ପାନ ଚାଷ କରି ପରିବାର ଚଳାଉଥିବା ବେଳେ ଏବେ ଏହି ଚାଷରୁ ବିମୁଖ ହେଲେଣି ଲୋକେ । ଏପରିକି କିଛି ପାନ ଚାଷୀ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି ।

Advertisment

ପାନ ଚାଷ ଏକ ଅର୍ଥକାରୀ ଫସଲ । ହେଲେ ସରକାରଙ୍କ ପକ୍ଷରୁ କୌଣସି ସାହାଯ୍ୟ ସହଯୋଗ ନାହିଁ । ଏପରିକି ଜିଲ୍ଲାରେ ଏହି ବିରକୁଳି ପାନର କିଛି ସ୍ୱତନ୍ତ୍ରତା ଥିବା ବେଳେ ସରକାରୀ ସ୍ତରରେ କୃଷିର ମାନ୍ୟତା ମିଳିପାରିନି । ପାନ ଚାଷରେ ବାରମ୍ବର କ୍ଷତି ସହୁଥିବା ବେଳେ ପ୍ରଶାସନ ପକ୍ଷରୁ େକୌଣସି ଗୁରୁତ୍ୱ ଦିଆଯାଉନି । ଯାହାଫଳରେ ଚାଷୀ ମାନେ ଚାଷରୁ ମୁହଁ ଫେରାଇ ନେଲେଣି    ।

ପାନ ଚାଷୀଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଦିଆଯିବ ବୋଲି ଘୋଷଣା କରାଯାଇଥିଲା । ହେଲେ ଏପର୍ଯ୍ୟନ୍ତ କୌଣସି ପ୍ରକାର ସହାୟତା ମିଳୁନଥିବାରୁ ଅସନ୍ତୋଷ ବଢିଚାଲିଛି ।