ମମିତା ମେହେର ମୃତ୍ୟୁ ମାମଲା : ପ୍ରତିକ୍ରିୟା ରଖିଲେ ଡ୍ରାଇଭର ରାଧେଙ୍କ ପତ୍ନୀ; କହିଲେ, ମୋ ସ୍ୱାମୀକୁ ଫସେଇ ଦେଇଛି ଗୋବିନ୍ଦ

115

କନକ ବ୍ୟୁରୋ: ମମିତା ମେହେର ହତ୍ୟା ମାମଲାରେ ପୋଲିସକୁ ମିଳିଛି ଆଉ କିଛି ସୁରାଗ । ଗୋବିନ୍ଦ ସାହୁଙ୍କ ଡ୍ରାଇଭର ରାଧେ ଘରୁ ମିଳିଲା ଏକ ବ୍ୟାଗ୍ । ଏହି ବ୍ୟାଗ୍ରେ ଗୋଟିଏ ନୂଆ ମୋବାଇଲ୍, ମୋବାଇଲ୍ ଚାର୍ଜର, ମହିଳାଙ୍କ ନୂଆ ଜିନ୍ସ ପ୍ୟାଂଟ ରହିଛି । ରାଧେଙ୍କ ପତ୍ନୀ ଆଜି କେ.ଗାଁ ଥାନା ପୋଲିସକୁ ଏହି ବ୍ୟାଗ୍ ଦେଇଛନ୍ତି । ଘର ଓଳେଇବା ବେଳେ ରାଧେର ସ୍ତ୍ରୀକୁ ଏହି ବ୍ୟାଗ୍ ମିଳିଥିଲା । ରାଧେ ଏସବୁ ଜିନିଷ କାହିଁକି ଲୁଚାଇ ରଖିଥିଲା? ଏସବୁ ସାମଗ୍ରୀ କାହାର ତାକୁ ନେଇ ପ୍ରଶ୍ନ ଉଠିଛି ? ଋାଧେ ନିର୍ଦ୍ଦୋଷ ବୋଲି ତାଙ୍କ ପତ୍ନୀ ଦାବି କରିଛନ୍ତି ।

ସେପଟେ, ପୋଲିସ ହେପାଜତରୁ ଚମ୍ପଟ ମାରିବା ପରେ ମହାଲିଙ୍ଗ କଲେଜକୁ ଆସିଥିଲା ଅଭିଯୁକ୍ତ ଗୋବିନ୍ଦ ସାହୁ । କଲେଜରେ ପ୍ରମାଣ ନଷ୍ଟ କରିବା ପାଇଁ ଆସିଥିଲା ଗୋବିନ୍ଦ । କଲେଜର ସିସିଟିଭି ଫୁଟେଜକୁ ଡିଲିଟ୍ କରିଥିବା ସୂଚନା ମିଳିଛି । ମମିତା ମେହରଙ୍କ ଅଫିସରେ ଲାଗିଥିବା ସିସିଟିଭ୍ ଫୁଟେଜକୁ ମଧ୍ୟ ଡିଲିଟ୍ କରିଛି ଗୋବିନ୍ଦ । କଲେଜକୁ ଆସିଥିବା ପ୍ରଭାବଶାଳୀ ବ୍ୟକ୍ତଙ୍କ ଭିଡିଓ ମଧ୍ୟ ଡିଲିଟ୍ କରିଥିବା ସୂଚନା ମିଳିଛି । ଏହା ସହ କଲେଜରେ ଥିବା କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ମଧ୍ୟ ନଷ୍ଟ କରିଥିବା କୁହାଯାଉଛି । ମମିତାଙ୍କୁ ହତ୍ୟା କରିବା ପରେ ସବୁ ପ୍ରକାର ପ୍ରମାଣ ନଷ୍ଟ କରିବା ପାଇଁ ଚେଷ୍ଟା କରିଥିଲା ଗୋବିନ୍ଦ । ଯେପରି ପୋଲିସ ହାତରେ କୌଣସି ପ୍ରମାଣ ନଲାଗିବ, ସେଥିପାଇଁ ସବୁ ଯୋଜନା କରିଥିଲା ।

ଅନ୍ୟପକ୍ଷରେ ଗୋବିନ୍ଦ ସାହୁର କଲ ରେକର୍ଡ ଯାଂଚ ବେଳେ ପୋଲିସ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ସୂଚନା ମିଳିଛି । ମମିତାଙ୍କୁ ହତ୍ୟା କରିବା ପରେ ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଫୋନ୍ କରିଥିବା କୁହାଯାଉଛି । ପ୍ରଭାବଶାଳୀ ବ୍ୟକ୍ତଙ୍କ ସହ ୨ ମିନିଟ୍ରୁ ଅଧିକ ସମୟ କଥା ହୋଇଥିବା ସୂଚନା ମିଳିଛି । ଲଗାତର ଗୋବିନ୍ଦ, ସେହି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସଂପର୍କରେ ଥିଲେ । ଗୋବିନ୍ଦଙ୍କ କଲ ହିଷ୍ଟ୍ରିରୁ ଏପରି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ସୂଚନା ମିଳିଛି । ଏବେ ବଡ ପ୍ରଶ୍ନ ସେହି ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ତଦନ୍ତ ପରିସରଭୁକ୍ତ କରିବ କି ପୋଲିସ? କେବଳ ଏତିକି ନୁହଁ ଓଡ଼ିଶାରୁ ଫେରାର ହୋଇଯିବା ପାଇଁ ମଧ୍ୟ ଯୋଜନା କରୁଥିଲା ଗୋବିନ୍ଦ । ଏଥିପାଇଁ ଟଙ୍କା ଯୋଗାଡ କରୁଥିଲା । ଏକ ସ୍କୋର୍ପିଓ ଗାଡିରେ ଫେରାର ହୋଇଯିବା ପାଇଁ ଯୋଜନା କରୁଥିଲା ଗୋବିନ୍ଦ ସାହୁ ।