ବିଟ୍ କଏନର ବିଷ ବଳୟରେ ରାଜଧାନୀ ଭୁବନେଶ୍ୱର ! ଡିଜିଟାଲ୍ କରେନ୍ସିର ଲୋଭ ଦେଖାଇ ୨୦ ଲକ୍ଷ ଠକିନେଲେ ଯୁବକ

55

କନକ ବ୍ୟୁରୋ : ଓଡ଼ିଶାରେ ବିଟ୍ କଏନ୍ ଠକେଇ । ବିଟ କଏନ ବା ଅନ ଲାଇନ ଡିଜିଟାଲ କରେନ୍ସି ନାଁରେ ଭୁବନେଶ୍ୱରରୁ ଲକ୍ଷାଧିକ ଟଙ୍କାର ଠକେଇ ଅଭିଯୋଗ । ପ୍ରଥମେ ବିଟ୍ କଏନ୍ ଜରିଆରେ ଟଙ୍କା ଦୁଇଗୁଣା କରିବାର ପ୍ରଲୋଭନ୍ ଓ ତାପରେ ଟଙ୍କା ନେଇ କୋଲକାତା ଫେରାର୍ । ଏହି ମାମଲାରେ ନୟାପଲ୍ଲୀ ପୁଲିସର ଗିରଫଦାରୀ ପରେ ଜଣାପଡ଼ିଛି ବିଟ୍ କଏନର କାହାଣୀ ।

ବିଟ୍ କଏନ୍ ବା ଇଂଟରନେଟରେ ପ୍ରଚଳିତ ମୁଦ୍ରା ଜରିଆରେ ଟଙ୍କା ଦୁଇ ଗୁଣା କରିବାର ଲୋଭ ଦେଖାଇ ଠକେଇ । କିଛି ଏଭଳି କଥା ବୟାନ୍ କରୁଥିଲା ଶିବପ୍ରସାଦ ବିଶ୍ୱାଳଙ୍କ ଗିରଫ ଦାରୀର କାହାଣୀ । ବିଟ୍ କଏନର ଠକ ସର୍ଦ୍ଦାର ଗିରଫ ହେବାପରେ ପର୍ଦ୍ଦାଫାଶ୍ ହୋଇଛି ଆଉ ଏକ ଅଭିନବ ଠକେଇ ଘଟଣାର । ଯେଉଁଠି ଠକେଇର ଜରିଆ ପାଲଟିଥିଲା ବିଟ୍ କଏନ୍ ।

ନୟାପଲ୍ଲୀ ପୁଲିସ୍ ଏହି ଘଟଣାରେ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଥିବା ବେଳେ ଦୁଇ ଅଭିଯୁକ୍ତ ହେଉଛନ୍ତି ଜଙ୍କିଆର ଶିବପ୍ରସାଦ ବିଶ୍ୱାଳ ଓ କେନ୍ଦ୍ରାପଡାର ରାକେଶ ଆଚାର୍ଯ୍ୟ । ଶିବପ୍ରସାଦ ୧୦ରୁ ଅଧିକ ଲୋକଙ୍କୁ ବିଟ କଏନ ମାଧ୍ୟମରେ ରାତାରାତି ୧୦ ଗୁଣା ଅଧିକ ଟଙ୍କା କରିବାର ଲୋଭ ଦେଖାଇ ୨୦ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଠକେଇ କରିଥିବା କୁହାଯାଉଛି । ବିଟ୍ କଏନ୍ ଇଂଟରନେଟରେ ପ୍ରଚଳିତ ଏକ ମୁଦ୍ରା ଯାହାକୁ କୌଣସି ବ୍ୟାଙ୍କ ପକ୍ଷରୁ ଜାରି କରାଯାଇନଥାଏ । ତେବେ ଅର୍ଥବୃଦ୍ଧିର ସୁଯୋଗ ଥିବାରୁ ବିଶ୍ୱର ବିଭିନ୍ନ ଦେଶରେ ଏହା ବେଆଇନ୍ ଭାବେ ପ୍ରଚଳିତ । ଏବେ ଏଥିସହ ଯୋଡ଼ି ହୋଇଛି ଭୁବନେଶ୍ୱରର ଠକେଇ ।