କନକ ବ୍ୟୁରୋ : ଯାଜପୁର ରାଜନୀତିରେ ଏକ ବଡଧରଣ ଭୂକମ୍ପ ଦେଖିବାକୁ ମିଳିଛି । କାରଣ ବରୀରେ ବେଶ ସକ୍ରୀୟ ଥିବା ବିଜେପି ନେତା ତଥା ପୂର୍ବତନ ବରୀ ବିଧାୟକ ପ୍ରାର୍ଥୀ ବିଶ୍ୱ ରଂଜନ ମଲ୍ଲିକ ବିଜେପି ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି । ଖାଲି ସେତିକି ନୁହଁ ତାଙ୍କ ସହ ବରୀ ବ୍ଲକ ଅଧ୍ୟକ୍ଷା ସୁବାସିନୀ ଶର୍ମା, ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ଭଞ୍ଜ, ୨୪ ନମ୍ବର ଜିଲ୍ଲା ସଭ୍ୟା ରଂଜିତା ସାମଲ ବିଜେପି ଛାଡିଛନ୍ତି । ସେମାନେ ନିଜର ଇସ୍ତଫା ପତ୍ର ବିଜେପି ରାଜ୍ୟ ସଭାପତିଙ୍କୁ ପ୍ରେରଣ ପଠାଇ ଦେଇଛନ୍ତି ।
ତେବେ ବିଶ୍ୱ ବିଜେପିରେ ଥିବା ସମୟରେ ବରୀ ନିର୍ବାଚନ ମଣ୍ଡଳରେ ବେଶ ପ୍ରଭାବ ପକାଇ ପାରିଥିଲେ । ୨୦୧୯ ନିର୍ବାଚନରେ ଖୁବ କମ ଭୋଟରେ ପରାଜୟ ବରଣ କରିଥିବା ବିଶ୍ୱ ଦଳର କର୍ମୀମାନଙ୍କ ପାଇଁ ଆଶାନୁରୂପ କାମ କରିପାରିନଥିବା ଦର୍ଶାଇ ଦଳରୁ ଓ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିବା କହିଛନ୍ତି । ବିଶ୍ୱ ଗତ ପଞ୍ଚାଓ ୟତ ନିର୍ବାଚନରେ ମଧ୍ୟ ବେଶ ଚତୁରତାର ସହ ବ୍ଲକ ଅଧ୍ୟକ୍ଷା ପଦରେ ବିଜେପି ସମର୍ଥିତଙ୍କୁ ବସାଇପାରିଥିଲେ । ତେବେ ବିଶ୍ୱ ନିକଟରେ ବିଜେଡିରେ ସାମିଲ ହେବାର କାର୍ୟ୍ୟକ୍ରମ ରହିଥିବା କୁହାଯାଉଛି । ବିଶ୍ୱଙ୍କ ପରେ କିଏ ବରୀ ବିଜେପିର ମଙ୍ଗ ଧରିବ ତାହା ହିଁଏବେ କଳ୍ପନାଜଳ୍ପନା ସୃଷ୍ଟି କରିଛି ।