କନକ ବ୍ୟୁରୋ : ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରେ ହୋଟେଲ ବ୍ୟବସାୟୀ ବିଶ୍ୱଜିତ୍ ନାୟକ ହତ୍ୟା ଘଟଣାର ପର୍ଦ୍ଦାଫାଶ । ବିଶ୍ୱଜିତଙ୍କ କେୟାର ଟେକର ସୋନିଙ୍କୁ ଗିରଫ କରିଛି ପୋଲିସ । ବିବାହ ପାଇଁ ବିଶ୍ୱଜିତ୍ ରାଜି ନହେବାରୁ ସୋନି ହତ୍ୟା କରିଥିବା ସୂଚନା ମିଳିଛି ।

ବିଶ୍ୱଜିତଙ୍କ କେୟାର ଟେକର ଭାବେ ସୋନି ତିନି ବର୍ଷ ଧରି ରହି ଆସୁଥିଲେ । ଉଭୟଙ୍କ ମଧ୍ୟରେ ଅବୈଧ ସମ୍ପର୍କ ଗଢି ଉଠିଥିଲା । ଆଉ ବିଶ୍ୱଜିତଙ୍କୁ ବିବାହ କରିବା ପାଇଁ ବାଧ୍ୟ କରୁଥିଲେ ସୋନି । ବିଶ୍ୱଜିତ୍ ବିବାହ ପାଇଁ ରାଜି ନହେବାରୁ ସୋନି ଏପରି ଜଘନ୍ୟକାଣ୍ଡ ଘଟାଇଥିବା ଜଣାପଡ଼ିଛି । ଦୁଇ ଦିନ ତଳେ ବିଶ୍ୱଜିତଙ୍କ ମୃତଦେହ ତାଙ୍କ ଘରୁ ଉଦ୍ଧାର କରାଯାଇଥିଲା । ତଂଟିକୁ କୌଣସି ଧାରୁଆ ଅସ୍ତ୍ରରେ କାଟି ଦିଆଯିବା ପରେ ମୃତଦେହକୁ କମ୍ବଳରେ ଘୋଡାଇ ରଖାଯାଇଥିଲା ।