କନକ ବ୍ୟୁରୋ : ଆଉ ନାହାନ୍ତି ବରିଷ୍ଠ ବିଜେପି ବିଧାୟକ ବିଷ୍ଣୁ ସେଠୀ । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୁଷଣ ହରିଚନ୍ଦନ ଟୁଇଟ କରି ଶୋକପ୍ରକାଶ କରିଛନ୍ତି । ଧାମନଗର ବିଧାନସଭା କ୍ଷେତ୍ର ସହିତ ସମଗ୍ର ଓଡ଼ିଶାରେ ତାଙ୍କର କର୍ଯ୍ୟ ଓ ଦକ୍ଷତା ପାଇଁ ସେ ଅତ୍ୟନ୍ତ ଲୋକପ୍ରିୟ ଥିଲେ ।
ତାଙ୍କର ଦୃଢ ନେତୃତ୍ୱ ଓ ଶାଣିତ ସ୍ୱର ଉପନେତା ଭାବେ ସରକାରଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ପ୍ରତିରୋଧ କରିବାରେ ପରିପ୍ରକାଶ କରିଥିଲା ବୋଲି କହିଛନ୍ତି ବିଶ୍ୱଭୁଷଣ । ରାଜନୀତି ବ୍ୟତିତ ସେ ସାମାଜିକ ଓ ସାହିତ୍ୟ କ୍ଷେତ୍ରରେ ନିଜକୁ ସମର୍ପିତ କରି ସାମାଜର ଉନ୍ନତି ପାଇଁ କାର୍ଯ୍ୟ କରିଥିଲେ । ତାଙ୍କର ରଚନା ମାଧ୍ୟମରେ ସାହିତ୍ୟିକ ମହଲରେ ସେ ବେଶ ଲୋକପ୍ରିୟ ଥିଲେ । ସେ ଅନେକ କବିତା ଓ ପୁସ୍ତକର ରଚୟିତା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/09/1087290-biswa-bhusan-harichandan.webp)