କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ତାଙ୍କର ମା’ ଥିଲେ ପ୍ରେରଣାର ଉତ୍ସ । ମୋଦୀଙ୍କ ସମସ୍ତ ସଫଳତା ପଛରେ ତାଙ୍କ ମା’ ହୀରାବେନ୍ ମୋଦୀଙ୍କ ଅବଦାନ ବହୁତ । ହୀରାବେନଙ୍କ ୧୦୦ତମ ଜନ୍ମୋତ୍ସବ ଅବସରରେ ‘ଏକ ମା’ ର ପ୍ରଭାବ, କିଭଳି ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ମା’ ଜଣେ ବିରାଟ ନେତୃତ୍ୱ ଓ ଦୂରଦ୍ରଷ୍ଟା କରାଇପାରିଥିଲେ ‘ଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା । ମା’ଙ୍କ କରୁଣା ହାତ ତାଙ୍କ ଉପରେ ସର୍ବଦା ରହିଛି ।

Advertisment

ମୋଦୀ ଦେଶର ବିକାଶ କ୍ଷେତ୍ରରେ ଯେଉଁସବୁ କାର୍ଯ୍ୟ କରିଛନ୍ତି ସେସବୁ ତାଙ୍କ ମା’ଙ୍କର ଆଶୀର୍ବାଦ । ଗରିବ ଓ ତଳସ୍ତରର ଲୋକଙ୍କ ଉନ୍ନତି ଓ ସେବା କରିବା ପାଇଁ ମୋଦୀଜୀଙ୍କୁ ସବୁବେଳେ ପ୍ରବର୍ତାଉଥିଲେ । ଯାହାଫଳରେ ମୋଦୀ ସବୁବେଳେ ସରଳ ଓ ନିରାଡମ୍ବର ଜୀବନ ଅତିବାହିତ କରୁଥିଲେ । ତାଙ୍କ ପୁଅ ଦେଶର ସର୍ବୋଚ୍ଚ ପଦବୀରେ ଅଧିକୃତ ହୋଇଥିଲେ ବି ସେ କେବେ ଗର୍ବ ଅହଙ୍କାର କରିନାହାନ୍ତି । ବରଂ ସଚ୍ଚେଟ କଲ୍ୟାଣ ମୂୂଳକ କାର୍ଯ୍ୟ କରିବାକୁ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ମା’ ହୀରାବେନଙ୍କ ଜନ୍ମୋତ୍ସବ ଅବସରରେ ତାଙ୍କ ଉପରେ ଲିଖିତ ପୁସ୍ତକ ମା’ ଓ ଏକ ସ୍ମରଣିକାର ଲୋକାର୍ପଣ ହୋଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଛତିଶଗଡ ରାଜ୍ୟପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।