ବିସଲେରୀର ‘ୱାନ ନେସନ ୱାନ ୱାଟର ’ କ୍ୟାମ୍ପେନ୍ : ହିନ୍ଦୀ ସହ ଅନ୍ୟ ସ୍ଥାନୀୟ ଭାଷାରେ ବୋତଲରେ ଲେବଲ 

55

ନୂଆ ଦିଲ୍ଲୀ : ଦେଶର ବଡ ମିନରଲ୍ ୱାଟର ବ୍ରାଣ୍ଡ ବିସଲେରୀ ଗଣତନ୍ତ୍ର ଦିବସରେ ନିଜର ନୂଆ କ୍ୟାମ୍ପେନ ଆରମ୍ଭ କରିଛି । ବିସଲେରୀ ଇଂଟରନ୍ୟାସନାଲ୍ ପ୍ରାଇଭେଟ୍ ଲିମିଟେଡ୍ ର ନୂଆ କ୍ୟାମ୍ପେନ୍ ‘ୱାନ ନେସନ ୱାନ ୱାଟର ’ ଭାରତର ବିଭିନ୍ନତା ମଧ୍ୟରେ ଏକତାକୁ  ଏକ ଭିଡିଓ ମାଧ୍ୟମରେ  ପ୍ରଦର୍ଶିତ କରୁଛି । ବିସଲେରୀ କିଛିଦିନ ପୂର୍ବରୁ ନିଜର ଲେବଲ୍ସକୁ  ହିନ୍ଦୀ ସହ ଅନ୍ୟ ଭାରତୀୟ ଭାଷାରେ ଲଂଚ କରିସାରିଛି । ଏହାକୁ ଆଗକୁ ବଢାଇବା ପାଇଁ ‘ୱାନ ନେସନ ୱାନ ୱାଟର ’ କ୍ୟାମ୍ପେନ ଚଲାଯାଉଛି । କ୍ୟାମ୍ପେନର ମେସେଜ ରହିଛି ବିସଲେରୀ ଏବେ ଆପଣଙ୍କ ଭାଷାରେ ।

ନିଜର ଏହି ନୂଆ ପ୍ରୟାସ ବିଷୟରେ ସୂଚନା ଦେଇ  ବିସଲେରୀର ନିର୍ଦ୍ଦେଶକ ( ମାର୍କେଟିଂ  ଆଣ୍ଡ ବିଜନେସ୍ ) ଅଂଜନା ଘୋଷ କହିଛନ୍ତି , ‘ଭାରତ ଏକ ବହୁଭାଷୀ ଦେଶ ଅଟେ ଏଠାରେ ଅନେକ ଭାଷାରେ କଥାବାତ୍ତା କରାଯାଏ । ଏବଂ ଲୋକ ସ୍ୱାଭାବିକ୍ ରୂରେ ନିଜର ଭାଷାରେ କଥା ହେବାକୁ ପସନ୍ଦ କରିଥାନ୍ତି । ‘ୱାନ ନେସନ ୱାନ ୱାଟର ’ ଜରିଆରେ  ଆମେ ଲୋକଙ୍କ ସହ  ତାଙ୍କର ଭାଷାରେ ଯୋଡି ହେବାକୁ ଚାହୁଁଛୁ । ଏଥିପାଇଁ  ଲେବଲ୍ସ  ସ୍ଥାନୀୟ ଭାଷାରେ ହେବ । ସ୍ଥାନୀୟ ଭାଷାରେ ଲେବଲ୍ସ ଲୋକଙ୍କୁ ଭାବୁକ କରିଥାଏ ଏବଂ ଗ୍ରାହକମାନେ ମଧ୍ୟ ଏଥିରେ ଆକର୍ଷିତ ହୋଇଥାନ୍ତି ।

ଭାରତରେ ବୋତଲ ବନ୍ଦ ପାଣି କଂପାନୀର ଆରମ୍ଭ ୯୦ ଦଶକର ଆରମ୍ଭରେ ଦ୍ରୁତତର ହୋଇଥିଲା ।୨୦୨୦ ସୁଦ୍ଧା ଏହି କଂପାନୀ  ଭାରତରେ ୨୨.୩%ର ବେଗରେ ବଢିବ ବୋଲି ଆଶା କରାଯାଇଛି । ଦେଶୀ କଂପାନୀ ବେସଲେରୀର ମାର୍କେଟର ୪୦ ପ୍ରତିଶତ ଅଂଶ  ଉପରେ ପ୍ରଭାବ ରହିଛି । କୋକା କୋଲା  ଇଣ୍ଡିଆର ବ୍ରାଣ୍ଡ କିନଲେ , ପିପ୍ସିକୋ ଇଣ୍ଡିଆର ଆକ୍ୱାଫିନା ବ୍ୟତୀତ  ଅନେକ ଭାରତୀୟ କଂପାନୀ ମଧ୍ୟ ବୋତଲ ୱାଟର କଂପାନୀରେ ସ୍ଥାନ ବନାଉଛନ୍ତି ।

( ସୌଜନ୍ୟ- ନବଭାରତ ଟାଇମ୍ସ)