ଅଚାନକ ବଡ ନିଷ୍ପତ୍ତି! ଝିଅକୁ ମାଲିକାନା ନଦେଇ ଆଉ କାହା ହାତରେ ‘ବିସଲେରୀ’ ର କମାଣ ଦେଲେ ରମେଶ ଚୌହାନ୍?

Advertisment
ଅଚାନକ ବଡ ନିଷ୍ପତ୍ତି! ଝିଅକୁ ମାଲିକାନା ନଦେଇ ଆଉ କାହା ହାତରେ ‘ବିସଲେରୀ’ ର କମାଣ ଦେଲେ ରମେଶ ଚୌହାନ୍?

କନକ ବ୍ୟୁରୋ: ଟାଟା ଗ୍ରୁପ ସହ ଡିଲ ତୁଟିଯିବା ପରେ ଏନେଇ ଚର୍ଚ୍ଚା ହେଉଥିଲା ଯେ, ପ୍ୟାକେଜ୍ଡ ୱାଟର ସେକ୍ଟର ତଥା ବଡ କମ୍ପାନୀ ‘ବିସଲେରୀ’କୁ ଏହାର ମାଲିକ ରମେଶ ଚୌହାନଙ୍କ ଝିଅ ଜୟନ୍ତି ଚୌହାନଙ୍କ ହାତକୁ ଯିବ । କିନ୍ତୁ ଏହା ଭିତରେ ବାପା ଝିଅଙ୍କ ମଧ୍ୟରେ ମତଭେଦ ହୋଇଥିବା ଜଣାପଡିଛି । ହଠାତ୍ ମାଲିକାନା ଆଉ କାହା ହାତରେ ଦେବାକୁ ନଷ୍ପତ୍ତି ନେଇଛନ୍ତି ରମେଶ ଚୌହାନ୍ ।
ସୂଚନା ମୁତାବକ, କମ୍ପାନୀର କମାଣ କମ୍ପାନୀର ସିଇଓ ଏଞ୍ଜେଲୋ ଜର୍ଜଙ୍କ ହାତରେ ଦେବାକୁ ନିଷ୍ପତ୍ତି ନେଇଛନ୍ତି ରମେଶ ଚୌହାନ୍ । ପୂର୍ବରୁ ଝିଅ ଜୟନ୍ତି ହାତରେ କମ୍ପାନୀର ଦାୟିତ୍ୱ ଦେବାକୁ ଚାହୁଁଥିଲେ ବି ଏଥିପାଇଁ ସେ ଅନିଚ୍ଛୁକ ଥିବାରୁ ବାଧ୍ୟ ହୋଇ ସବୁ ଦାୟିତ୍ୱ ସିଇଓ ଏଞ୍ଜେଲୋଙ୍କ ହାତରେ ଦେଇଛନ୍ତି । ପୂର୍ବରୁ ମଧ୍ୟ ଜୟନ୍ତିଙ୍କର ଏହି ବ୍ୟବସାୟ ପ୍ରତି ଆଗ୍ରହ ନଥିଲା। ସେଥିପାଇଁ ଗତବର୍ଷ ନଭେମ୍ବରରେ ବାପା ରଗେଶ ବିସ୍‌ଲେରିକୁ ବିକ୍ରି କରିବା ଲାଗି ଟାଟା ସହିତ ଆଲୋଚନା ଆରମ୍ଭ କରିଥିଲେ। ସେ ୬୦୦୦-୭୦୦୦ କୋଟି ଟଙ୍କାରେ ବିସ୍‌ଲେରିକୁ ବିକ୍ରି କରିବା ଲାଗି ବିଚାର କରିଥିଲେ । ମାତ୍ର ଉଭୟ ପକ୍ଷ ମଧ୍ୟରେ ସହମତି ନହେବାରୁ ଆଲୋଚନାରୁ ଟାଟା ଓହରିଯାଇଥିଲା।

ଟାଟା ଗ୍ରୁପ୍‌ ସହ କଥାବାର୍ତା ବାଟ ବନ୍ଦ ହୋଇଯିବା ପରେ ରମେଶ ଗତକାଲି ଘୋଷଣା କରିଥିଲେ ଯେ ବିସ୍‌ଲେରିକୁ ତାଙ୍କ ଝିଅ ଜୟନ୍ତୀ ସମ୍ଭାଳିବେ। ସେଥିରେ ତାଙ୍କୁ କଂପାନିରୁ ସିଇଓ ଆଞ୍ଜେଲୋ ଜର୍ଜ ସହଯୋଗ କରିବେ। ଏକ ତରଫା ଭାବେ ଏହି ନିଷ୍ପତ୍ତି ନିଆଯାଇଥିବାରୁ ଜୟନ୍ତୀ ବିରକ୍ତ ହୋଇଛନ୍ତି। ଲିଙ୍କଡ୍‌ଇନ୍‌ରେ ଜୟନ୍ତୀ ଲେଖିଛନ୍ତି ଯେ ମୋ ପାଇଁ ମୋ ବାପା କିଛି କହିବା ଦରକାର ନାହିଁ। ମୋ କଥା ମୁଁ ନିଜେ କହିପାରିବି। କିଛି ସମୟ ପରେ ସେ ସେହି ପୋଷ୍ଟ୍‌କୁ ଡିଲିଟ୍‌ କରିଦେଇଥିଲେ। ଏହି ଲେଖାରୁ ଏହା ଜଣାପଡ଼ୁଛି ଯେ ରମେଶ ଓ ଜୟନ୍ତୀଙ୍କ ଭିତରେ ଏବେବି ବିସ୍‌ଲେରିକୁ ନେଇ ମତଭେଦ ରହିଛି। ଜୟନ୍ତୀ ଅମଙ୍ଗ ଥିବାରୁ ନିଜ ମୂଲ୍ୟବାନ ସମ୍ପତ୍ତି ବିସ୍‌ଲେରିକୁ ରମେଶ ଅଣଦେଖା କରିବାକୁ ଚାହୁନାହାନ୍ତି। ଜଣେ ପ୍ରଫେସନାଲ୍ ସିଇଓଙ୍କ ଜରିଆରେ କଂପାନିକୁ ଆଗକୁ ବଢ଼ାଇବା ଉପରେ ସେ ବିଚାର କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe