କନକ ବ୍ୟୁରୋ: ଆଜି ମୋଦୀ କ୍ୟାବିନେଟ ସମ୍ପ୍ରସାରଣ ହୋଇଛି । ଯେଉଁଥିରେ ମୟୂରଭଞ୍ଜର ସାଂସଦ ବିଶ୍ୱେଶ୍ୱର ଟୁଡୁ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତେବେ ଓଡିଶାର ଜଣେ ସାଂସଦ ମୋଦୀ କ୍ୟାବିନେଟରେ ପୁଣିଥରେ ସ୍ଥାନ ପାଇବା ପରେ ଏବେ ରାଜ୍ୟ ରାଜନୀତିରେ ଉତ୍ସାହ ଦେଖିବାକୁ ମିଳିଛି । ବିଶ୍ୱେଶ୍ୱର ଟୁଡୁ ପ୍ରଥମ ଥର ପାଇଁ ୨୦୧୯ ସାଧାରଣ ନିର୍ବାଚନରେ ମୟୂରଭଞ୍ଜ ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଆଉ ଏବେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ତାଙ୍କର କ୍ୟାବିନେଟରେ ସାମିଲ କରିଛନ୍ତି ।
ଓଡିଶାର କେଉଁ କେଉଁ ନେତାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ଅଶ୍ୱିନୀ ବୈଷ୍ଣବଙ୍କ ସହିତ ଅନ୍ୟ କେଉଁ ନେତା ମୋଦୀଙ୍କ ମନ୍ତ୍ରୀ ଲିଷ୍ଟରେ ସାମିଲ ହେବେ ତାକୁ ନେଇ ଜୋରଦାର ଚର୍ଚ୍ଚା ଲାଗି ରହିଥିଲା । ଆଉ ଏବେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଏବେ ମୟୂରଭଞ୍ଜର ସାଂସଦ ବିଶ୍ୱେଶ୍ୱର ଟୁଡୁ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହିତ ଅଶ୍ବିନୀ ବୈଷ୍ଣବ ମଧ୍ୟ ମୋଦୀ ମନ୍ତ୍ରୀମଣ୍ଡଳରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମସ୍ତ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।
Follow Us