କନକ ବ୍ୟୁରୋ: ବିଜେଡି ଉପସଭାପତି ପଦରୁ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ହଟାଇବା ପ୍ରସଙ୍ଗ । ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । କହିଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ ହିମାଳୟ ସଦୃଶ । ତାଙ୍କୁ ପଥର ମାରିଲେ କଣ ହେବ? ସେ ଯେଉଁଠି ଠିଆ ହେବେ ହିମାଳୟ ପରି ଠିଆ ହେବେ ।

Advertisment

ଆଜି ବିଜେଡି ଉପ ସଭାପତି ପଦରୁ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ହଟାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତରେ ଜାରି ହୋଇଛି ନିର୍ଦ୍ଦେଶନାମା । କାରଣ ନଦର୍ଶାଇ ତାଙ୍କୁ ଉପସଭାପତି ପଦରୁ ହଟାଯାଇଛି । ଫାଇଭ-ଟି ସଚିବଙ୍କୁ ସମାଲୋଚନା ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ସମ୍ବାଦରେ ସମ୍ପାଦକୀୟ ଲେଖି ସମାଲୋଚନା କରିଥିଲେ ସୌମ୍ୟ । ତେବେ ବିନା କାରଣ ଦର୍ଶାଅ ନୋଟିସରେ କାର୍ଯ୍ୟାନୁଷ୍ଠାନ ହୋଇଥିବାରୁ ଏହାକୁ ନେଇ ଏବେ ପ୍ରଶ୍ନ ଉଠିଛି ।