କାଲି ପର୍ଯ୍ୟନ୍ତ ନାଁ ନଥିଲା, ଆଜି ସକାଳୁ ପିଏମଓରୁ ଫୋନ୍ ଆସିଲା । ବିଶ୍ୱେଶ୍ୱର କହିଲେ ମନ୍ତ୍ରୀପଦ ପାଇଁ କରିନି ଲବି ।

417

କନକ ବ୍ୟୁରୋ : ଆଜି ସନ୍ଧ୍ୟା ୬ଟାରେ ମୋଦି କ୍ୟାବିନେଟରେ ମନ୍ତ୍ରୀ ଭାବେ ସାମିଲ ହୋଇପାରନ୍ତି ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ । ତେବେ ଏହାପୂର୍ବରୁ କନକ ନ୍ୟୁଜକୁ ପ୍ରତିକ୍ରିୟା ରଖି ବିଶ୍ୱେଶ୍ୱର କହିଛନ୍ତି ଯେ, ମନ୍ତ୍ରୀ ପଦ ପାଇଁ ସେ ଲବି କରି ନଥିଲେ । ତାଙ୍କୁ ଭଲ ପାଉଥିବା ଲୋକମାନେ ଲବି କରି ଥାଇ ପାରନ୍ତି । ଗତକାଲି ଯାଏଁ ମୋଦିଙ୍କ ସମ୍ଭାବ୍ୟ ମନ୍ତ୍ରୀ ତାଲିକାରେ ତାଙ୍କ ନାମ ନଥିଲା । ଆଜି ସକାଳୁ ପିଏମଓ ଅଫିସରୁ ଫୋନ ଆସିଥିଲା ।

ଫୋନ ପାଇ ବିଶ୍ୱେଶ୍ୱର ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯାଇଥିଲେ । ସେଠାରେ ତାଙ୍କୁ ଏକ ଲଫାପା ଦେଇ ସେଥିରେ ଥିବା କାଗଜକୁ ପଢ଼ିବା ଦେବାକୁ କୁହାଯାଇଥିଲା । କେବଳ ବିଶ୍ୱେଶ୍ୱର ନୁହେଁ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅଶ୍ୱିନୀ ବୈଷ୍ଣବଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ଖବର ସରବରାହ ସଂସ୍ଥା ଏଏନଆଇ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଉଭୟ ବିଶ୍ୱେଶ୍ୱର ଓ ଅଶ୍ୱିନୀଙ୍କୁ ମୋଦିଙ୍କ ନୂଆ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦିଆଯିବ । ଅନ୍ୟପଟେ ଏମଏସଏମଇ ଓ ପଶୁପାଳନ ରାଷ୍ଟ୍ରମନ୍ତ୍ରୀ ଥିବା ପ୍ରତାପ ଷଡଙ୍ଗୀ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି ।