କନକ ବ୍ୟୁରୋ : କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ମନ୍ତ୍ରୀ ଅଫିସରଙ୍କୁ କଡା ଭାଷାରେ ତାଗିଦ୍ କରିଛନ୍ତି । ଅଫିସରଙ୍କୁ ମାଡ ଦରକାର ବୋଲି, କହିବାକୁ ପଛାଇ ନାହାନ୍ତି । କେନ୍ଦୁଝରର ଚମ୍ପୁଆରେ ଏକ ସମୀକ୍ଷା ବୈଠକ ଚାଲିଥିବା ବେଳେ ଏଭଳି ରାଗିଯାଇଥିଲେ କେନ୍ଦ୍ରମନ୍ତ୍ରୀ ।

Advertisment

ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ମାଡତତ୍ୱ । ଅଫିସରଙ୍କୁ ଗୋଲାମ କହି ତାଗିଦ କରିଛନ୍ତି କେନ୍ଦ୍ର ମନ୍ତ୍ରୀ । ବହୁ ଅଧିକାରୀଙ୍କ ଉପସ୍ଥିତିରେ କେନ୍ଦ୍ର ଆଦିବାସୀ ମନ୍ତ୍ରୀ, କନିଷ୍ଠ ଯନ୍ତ୍ରୀଙ୍କୁ କଡାଭାଷାରେ କହୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

କେନ୍ଦୁଝରର ଚମ୍ପୁଆରେ ଏକ ସମୀକ୍ଷା ବୈଠକରେ କେନ୍ଦ୍ରମନ୍ତ୍ରୀ ହଠାତ ରାଗିଯାଇଥିଲେ । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଭାଗୃହରେ ସମୀକ୍ଷା ବୈଠକ ବେଳେ କନିଷ୍ଠ ଯନ୍ତ୍ରୀଙ୍କୁ ନିର୍ମାଣ ସମ୍ପର୍କିତ ଅଭିଯୋଗ ନେଇ ପଚାରିଥିଲେ । ଆଉ କନିଷ୍ଠଯନ୍ତ୍ରୀ ହସି ହସି ଉତ୍ତର ଦେବାରୁ ରାଗିଯାଇଥିଲେ ମନ୍ତ୍ରୀ । କହିଥିଲେ ମୟୂରଭଞ୍ଜ ଗଲେ କିଭଳି ମାଡ ପଡିବ ଦେଖିବ । ଏଥିସହ ତମେ କାହାର ଗୋଲାମ ବୋଲି ପ୍ରଶ୍ନ କରି ଗାଳିଗୁଲଜ କରିଥିଲେ ।