ଭୁବନେଶ୍ୱରରେ ପହଞ୍ଚିଲେ ବିଶ୍ୱେଶ୍ୱର ଟୁଡୁ, ମୟୂରଭଞ୍ଜରେ କରିବେ ଜନଆଶୀର୍ବାଦ ଯାତ୍ରା

195

କନକ ବ୍ୟୁରୋ: ଭୁବନେଶ୍ୱରରେ ପହଁଚିଲେ କେନ୍ଦ୍ର ଆଦିବାସୀ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଓ ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ୬ ଦିନିଆ ଓଡିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଟୁଡୁ । ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବା ପରେ ମନ୍ତ୍ରୀ ଟୁଡୁଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ଆଦିବାସୀ ସମ୍ପ୍ରଦାୟର ନୃତ୍ୟ ବାଦ୍ୟ ସହ ଟୁଡୁଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି ।

ବିମାନବନ୍ଦରେ ପହଂଚି କେନ୍ଦ୍ରମନ୍ତ୍ରୀ ଟୁଡୁ ଏକ ବିରାଟ ବାଇକ ଶୋଭାଯାତ୍ରାରେ ଯିବା ସହ  ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବେ । ପରେ  ସିଧାସଳଖ ପୁରୀ ଗସ୍ତ କରିଛନ୍ତି । ସେଠି ପ୍ରଥମେ ଜଗତଗୁରୁ ଶଙ୍କରାଚାର୍ୟ୍ୟଙ୍କୁ ଭେଟିବା ସହ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କରିବେ । ପରେ ରାଜ୍ୟ ବିଜପି କାର୍ୟ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ରହିଛି । ପରେ ମୟୂରଭଞ୍ଜ ଗସ୍ତ କରି ସେଠି ଜନଆଶୀର୍ବାଦ ଯାତ୍ରାରେ ସାମିଲ ହେବେ ।

ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପ୍ରସାରିତ ନୂତନ ମନ୍ତ୍ରୀ ମଣ୍ଡଳରେ ଓଡିଶାରୁ ୩ ମନ୍ତ୍ରୀ ପଦ ପାଇଥିବା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା ମଧ୍ୟରେ ଓଡିଶା ଗସ୍ତ କରିସାରିଛନ୍ତି । ଅଶ୍ୱିନୀ ବୈଷ୍ଣବ ନୂତନ ମନ୍ତ୍ରୀ ଭାବେ ଜନ ଆଶୀର୍ବାଦ ଯାତ୍ରା କରିସାରିଥିବା ବେଳେ ଏବେ କେନ୍ଦ୍ରମନ୍ତ୍ରୀ ଟୁଡୁ ମୟୁରଭଞ୍ଜ ଜିଲ୍ଲାରେ ଜନ ଆଶୀର୍ବାଦ ଯାତ୍ରା କରିବେ ।