କନକ ବ୍ୟୁରୋ : ବିଧାନସଭାରେ ବିଷ୍ଣୁଙ୍କ ନୂଆ ଅବତାର । ବିଧାନସଭାରେ ଗୀତ ଗାଇଲେ ଗାଇଲେ ବିଷ୍ଣୁ । ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ ଗୃହରେ ପାଲା ଗୀତ ଗାଇବା ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଆଜି ବିଧାନସଭାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବଜେଟର ଖର୍ଚ୍ଚ ଦାବି ନେଇ ଆଲୋଚନା ଚାଲିଥିବା ବେଳେ ବିଷ୍ଣୁଙ୍କୁ ଏଭଳି ଅବତାରରେ ଦେଖିବାକୁ ମିଳିଛି ।
ବିଧାନସଭାରେ ଭିନ୍ନ ଅନ୍ଦାଜରେ ଧାମନଗର ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ । ହରିବୋଲ ପକାଇଲେ, ପାଲା ଗୀତ ଗାଇଲେ । ଗୀତ ଗାଇବା ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଷ୍ଣୁ । ଆଜି ବିଧାନସଭାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ବଜେଟର ଖର୍ଚ୍ଚ ଦାବି ନେଇ ଆଲୋଚନା ହେଉଥିବା ବେଳେ ବିରୋଧୀ ଦଳ ଉପନେତା ଭାବେ ବିଷ୍ଣୁ ଗୃହରେ ନିଜର ମତ ରଖିଥିଲେ । ଆଉ ଏହାସହ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିଥିଲେ ବିଷ୍ଣୁ । ବିଭିନ୍ନ ଯୋଜନାର କାର୍ଯ୍ୟକାରିତା, ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଓ ପିସି କାରବାରକୁ ନେଇ ଗୃହ ମଧ୍ୟରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ବିଷ୍ଣୁ । ଆଉ ଭାଷଣ ଶେଷରେ ହରିବୋଲ ପକାଇବା ସହ ପାଲା ଗୀତ ଗାଇଥିଲେ ବିଷ୍ଣୁ ।
ଏହାପୂର୍ବରୁ ବିଧାନସଭାରେ ବିଷ୍ଣୁଙ୍କୁ ମଧ୍ୟ ଏଭଳି ଅନ୍ଦାଜରେ ଦେଖିବାକୁ ମିଳିଛି । ଯେତେବେଳେ ଗୀତ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥାନ୍ତି ବିଷ୍ଣୁ । ଆଜି ବିଧାନସଭାର ଶୂନ୍ୟକାଳରେ ରାଜଧାନୀ ଉପକଣ୍ଠରେ ଥିବା ଏକ ଘରୋଇ ଡାକ୍ତରଖାନାରେ ବକେୟା ଅର୍ଥ ପୈଠ ନ କରିବା ଯୋଗୁଁ ଜଣେ ରୋଗୀଙ୍କର ଶବ ଅଟକ ରଖାଯିବା ନେଇ ଉଦବେଗ ପ୍ରକାଶ କରିଥିଲେ ବିଷ୍ଣୁ ।