ବିଧାନସଭାରେ ଭୁଲ ଓ ଅସତ୍ୟ କହିଥିବାରୁ ମନ୍ତ୍ରୀ କ୍ଷମା ମାଗନ୍ତୁ : ବିଷ୍ଣୁ ସେଠୀ

105

କନକ ବ୍ୟୁରୋ : ବାରମ୍ବାର ମୁଲତବି ଓ ଗୃହ ଅଚଳ ରହିବା ସହ ବିଜେଡି ବିଧାୟକ ରାଜ୍ୟପାଳଙ୍କୁ ଭେଟିବା ନେଇ ନେଇ ଶାସକ ଦଳ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ । ଶାସକ ଦଳ କାହିଁକି ରାଜଭବନ ଯାଇଥିଲେ ସେକଥା ସେ ଜାଣିଥିବେ । ସର୍ବଦଳୀୟ ବୈଠକରେ ମୁଖ୍ୟ ପ୍ରସଙ୍ଗ ଥିଲା ମଣ୍ଡିରୁ ଧାନ ଉଠିଲା ନା ନାହିଁ । ପୂର୍ବରୁ ବିଧାନସଭାରେ ଘୋଷଣା କରିଥିଲେ ଯୋଗ୍ୟ ଚାଷୀଙ୍କ ପାଖରୁ ଧାନ କିଣାଯିବ । କିନ୍ତୁ ମଣ୍ଡିରୁ ଧାନ ଉଠିପାରୁନି । ଏପରିକି ଗତକାଲି ରେଙ୍ଗାଲିରେ ଜଣେ ଚାଷୀ ଆତ୍ମହତ୍ୟା କରିଛନ୍ତି । ତେବେ ମୁଖ୍ୟ ପ୍ରସଙ୍ଗକୁ ଏଡାଇବା ପାଇଁ ସୁବାସ ପାଣିଗ୍ରାହୀ କ୍ଷମା ମାଗନ୍ତୁ ବୋଲି ଶାସକ ଦଳ ଦାବି କରି ଗୃହ ଚଳାଇ ଦେଉନି ବୋଲି କହିଛନ୍ତି ବିଷ୍ଣୁ ।

ସୁବାସ କାହିଁକି କ୍ଷମା ମାଗିବେ, ପ୍ରଥମେ ମନ୍ତ୍ରୀ କ୍ଷମା ମାଗନ୍ତୁ । ବିଧାନସଭାରେ ଭୁଲ ଓ ଅସତ୍ୟ କହିଥିବାରୁ ମନ୍ତ୍ରୀ ମାନେ ଆଗେ କ୍ଷମା ମାଗନ୍ତୁ । ବାଚସ୍ପତି ମଧ୍ୟ ସୁବାସଙ୍କ କ୍ଷମା ପ୍ରାର୍ଥନା ପାଖରେ ଅଟକିଛନ୍ତି । ପ୍ରଥମେ ମଣ୍ଡିରୁ ଧାନ ଉଠୁ ଯୋଗ୍ୟ ଚାଷୀଙ୍କ ଠାରୁ ସରକାର ଧାନ କିଣନ୍ତୁ ନଚେତ ଆନ୍ଦୋଳନ ଜାରି ରହିବ। ଆଇନଶୄଙ୍ଖଳା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ଚାହୁଁ ନାହାନ୍ତି ଶାସକ ଦଳ, ସେଥିପାଇଁ ଏଭଳି କରୁଛନ୍ତି ବୋଲି କହିଛନ୍ତି ବିଷ୍ଣୁ ସେଠୀ ।

ବାରମ୍ବାର ମୁଲତବି ପରେ କଂଗ୍ରେସ ପକ୍ଷରୁ ବିଧାୟକ ତାରା ବାହିନୀପତି କହିଛନ୍ତି, ଆଜି ବି ଗୃହ ଅଚଳ । ବିଜେଡି-ବିଜେପି ମିଳିତ ଭାବେ ଗୃହ ଚଳାଇ ଦେଉନାହାନ୍ତି । ମୁଖ୍ୟମନ୍ତ୍ରୀ ଗୄହର ନେତା ଭାବରେ ସର୍ବଦଳୀୟ ବୈଠକ ଡାକି ଆଲୋଚନା କରି ଗୄହକୁ ଚଳାନ୍ତୁ।୫ଦିନ ଧରି ଗୄହ ଅଚଳ।ସାଧାରଣ ଲୋକଙ୍କ ଟଙ୍କା ଖର୍ଚ ହେଉଛି।ମଣ୍ଡିରୁ ଧାନ ଉଠିବା ଦରକାର। ସରକାର ଏ ନେଇ ନିଷ୍ପତ୍ତି ନିଅନ୍ତୁ ବୋଲି କହିଛନ୍ତି ତାରା ।