ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି । ଛତିଶଗଡର ନୂଆ ମୁଖ୍ୟମନ୍ତ୍ରୀ ହେଲେ ବିଷ୍ଣୁଦେବ ସାଏ

ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି । ଛତିଶଗଡର ନୂଆ ମୁଖ୍ୟମନ୍ତ୍ରୀ ହେଲେ ବିଷ୍ଣୁଦେବ ସାଏ

କନକ ବ୍ୟୁରୋ : ଛତିଶଗଡର ମୁଖ୍ୟମନ୍ତ୍ରୀ ଭାବେ ବିଜେପି ବିଧାୟକ ବିଷ୍ଣୁଦେବ ସାଏଙ୍କ ନାମ ଘୋଷଣା କରିଛି ବିଜେପି । ବିଜେପି ବିଧାୟକ ଦଳ ବୈଠକରେ ସର୍ବ ସମ୍ମତିକ୍ରମେ ବିଷ୍ଣୁଦେବଙ୍କ ନାମ ଉପରେ ସହମତି ପ୍ରକାଶ ପାଇଛି ।

ନିର୍ବାଚନ ଫଳାଫଳ ବାହାରିବାର ୮ ଦିନ ପରେ ବିଜେପି କେନ୍ଦ୍ରୀୟ ନେତୃତ୍ୱ ବିଷ୍ଣୁଦେବଙ୍କ ନାମ ଘୋଷଣା କରିଛନ୍ତି । ବିଶେଷ ଭାବେ ଛତିଶଗଡ ମୁଖ୍ୟମନ୍ତ୍ରୀ ଦୌଡରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ ଓ ଆଦିବାସୀ ନେତ୍ରୀ ରେଣୁକା ସିଂଙ୍କ ନାମ ଚର୍ଚ୍ଚା ହେଉଥିବା ବେଳେ ବିଜେପି ବିଷ୍ଣୁଦେବଙ୍କ ମୁଣ୍ଡରେ ସୁନା କଳସ ଢାଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe