ଓଡିଶା ରାଜନୀତିରେ ସୃଷ୍ଟି ହୋଇପାରେ ନୂଆ ସମ୍ଭାବନା : ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇପାରନ୍ତି ବିଷ୍ଣୁ ଦାସ

37

କନକ ବ୍ୟୁରୋ : ବିଷ୍ଣୁଙ୍କ ସ୍ଥାନ ନେବ କିଏ । ଅର୍ଥାତ୍ ବିଷ୍ଣୁ ଦାସ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ତାଙ୍କ ସ୍ଥାନ କିଏ ନେବ । ଏଭଳି ଏକ ପ୍ରଶ୍ନକୁ ନେଇ ରାଜନୈତିକ ମହଲରେ ଏବେ ଚର୍ଚ୍ଚା । ଗତକାଲି ବିଷ୍ଣୁ ଦାସଙ୍କୁ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ଆଉ ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦବୀ କ୍ୟାବିନେଟ୍ ପାହ୍ୟା ସହ ସମାନ ହୋଇଥିବାରୁ ତାଙ୍କୁ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବାକୁ ପଡ଼ିପାରେ । ତେଣୁ ଯଦି ବିଷ୍ଣୁ ଦାସ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦିଅନ୍ତି ତେବେ ତାଙ୍କ ସ୍ଥାନରେ କାହାକୁ ରାଜ୍ୟସଭା ପଠାଯିବ ଏ ନେଇ ବିଜେଡି ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଭଉଣୀ ଗୀତା ମେହେଟ୍ଟା ରାଜ୍ୟସଭାକୁ ଯିବା ନେଇ ମଧ୍ୟ ଏକ ପ୍ରକାର ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଆସନ୍ତୁ ଶୁଣିବା କଣ କହୁଛନ୍ତି ବିଷ୍ଣୁ ଦାସ ।

ବିଜେଡିରେ ରାଜ୍ୟସଭା ଆଶାୟୀଙ୍କ ସଂଖ୍ୟା କିଛି କମ୍ ନୁହେଁ । ହେଲେ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କ ନାଁ ଚର୍ଚ୍ଚାକୁ ଆସିବା ପଛରେ ବି ଏକ ନିର୍ଦ୍ଧିଷ୍ଟ କାରଣ ରହିଛି । ଗତ କିଛି ଦିନ ତଳେ ଗୀତା ମେହେଟ୍ଟା ଭୁବନେଶ୍ୱର ଆସିଥିବା ବେଳେ ନବୀନଙ୍କ ସହ ସର୍ବସାଧାରଣରେ ନଜରକୁ ଆସିଥିବା ଦେଖାଯାଇଥିଲା । ଗୀତାଙ୍କ ସହ ମଲକୁ ଯାଇ ବହି କିଣିଥିଲେ ନବୀନ । ଆଉ ସାଧାରଣ ଲୋକଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ । ଯାହାକୁ ନେଇ ଏବେ ବିଜେଡିରେ ଚର୍ଚ୍ଚା ଜୋର ଧରିଛି  ।

ଏହା ସହ ଦେଖନ୍ତୁ ଏହି ଭିଡିଓ –