କନକ ବ୍ୟୁରୋ : ଯୋଜନା ବୋଡ ଉପାଧ୍ୟକ୍ଷଭାବେ ବିଧିବଦ୍ଧଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ବିଷ୍ଣୁ ଦାସ । ବିଦ୍ଧିବଦ୍ଧଭାବେ ଦାୟିତ୍ୱ ନେବା ସହ ଯୋଜନା ବୋର୍ଡକୁ କ୍ରିୟାଶୀଳ କରିବା ପାଇଁ ପଦକ୍ଷେପ ନେବେ ବୋଲି କହିଛନ୍ତି ବିଷ୍ଣୁ ଦାସ । ୩୦ଟି ଜିଲ୍ଲାରେ ବିଭିନ୍ନ ବିଭାଗର ଯୋଜନା ଠିକ ଭାବରେ ରୂପାୟନ ହେଉଛି କି ନାହିଁ ସେନେଇ ସମୀକ୍ଷା କରାଯିବ ।

Advertisment

ତାହା ସହ ରାଜ୍ୟ ସରକାରଙ୍କ ଜନମଙ୍ଗଳ ଯୋଜନା ଗାଁ ଗହଳି ଲୋକଙ୍କ ପାଇଁ କେତେ ଲାଭବାନ ହେଉଛି ତାହା ସଂପର୍କରେ ଆଗାମୀ ଦିନରେ ସମୀକ୍ଷା ହେବ । ସେହିପରି ଦଳିତ ସେଲ ଅର୍ଥାତ ଅନୁସୂଚିତ ଜାତି ଓ ଜନଜାତିମାନଙ୍କ ବିକାଶ ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ବିଷ୍ଣୁ ।