କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭିକେ ପାଣ୍ଡିଆନ ଟାର୍ଗେଟ କରିବା ପରେ ପାଣ୍ଡିଆନଙ୍କୁ ପାଲଟା ଟାର୍ଗେଟ କରିବା ସହ ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । କହିଛନ୍ତି ରାଜନୀତିରେ କିଏ କାହାକୁ ପ୍ରଶ୍ନ କରିବାରେ କିଛି ଅସୁବିଧା ନାହିଁ । ହେଲେ ସେ ଆଗେ କୁହନ୍ତୁ ରାଜ୍ୟର ବିଭିନ୍ନ ଅଂଚଳ ବୁଲି ଅଭିଯୋଗପତ୍ର ଗ୍ରହଣ କରିବା ପରେ କେଉଁଠି କଣ କରିଛନ୍ତି । ଓଡ଼ିଶାର ସାଢ଼େ ୪କୋଟି ଲୋକଙ୍କର କଣ ପରିବର୍ତ୍ତନ ହୋଇଛି ତାହାର ଆଗେ ଉତର ରଖନ୍ତୁ । ଏବଂ ତା ପରେ ଯାଇ କେନ୍ଦ୍ରକୁ ଓ ଆଉ କାହାକୁ ଟାର୍ଗେଟ କରିବେ ବୋଲି କହିଛନ୍ତି ବିଶ୍ୱେଶ୍ୱର ଟୁଡୁ । ଏହାର ଜବାବ ରଖିଛି ବିଜେଡି । ବିଧାୟକ ଭୂପିନ୍ଦର ସିଂ କହିଛନ୍ତି, ପ୍ରଶ୍ନ ପଚାରିବାଟା ଟାର୍ଗେଟ କରିବା ନୁହେଁ । ଏବଂ ନବୀନ ପଟ୍ଟନାୟକ କଣ କରିଛନ୍ତି ତାହା ରାଜ୍ୟବାସୀ ଜାଣିଛନ୍ତି ।

Advertisment